ଡ଼ିଜିପି ଡିସ୍କ ପୁରସ୍କାର ବିତରଣ କଲେ ପୁଲିସ ମହାନିର୍ଦ୍ଦେଶକ – ଶ୍ରୀ ଅଭୟ

ଓଡ଼ିଶା ତାଜା ନ୍ୟୁଜ୍ (୪ ଏପ୍ରିଲ ରବିବାର ) ମାଲକାନଗିରି  :- ମାଲକାନଗିରିରେ ପୁଲିସ ଡ଼ିଜି ଅଭୟ ଆଜି ଡ଼ିଜିପି ଡିସ୍କ ପୁରସ୍କାର ବିତରଣ କରିଛନ୍ତି । ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ସମାରୋହରେ ମାଲକାନଗିରି ଜିଲ୍ଲାର ୩୦ ଜଣ ପୁଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ଓ କୋଭିଡ ଯୋଦ୍ଧା ଭାବେ ଏହି ସେବା ପଦକ ପ୍ରଦାନ କରାଯାଇଥିଲା । ଏହି ଅବସରରେ ନୂତନ ଏସଡ଼ିପିଓ କାର୍ଯ୍ୟାଳୟ କୁ ଡ଼ିଜି ଉଦଘାଟନ କରି ଥିଲେ l ଡ଼ିପିଓ

କାର୍ଯ୍ୟାଳୟ ରେ ଆୟାଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଅଭୟ ମାଓ ଦମନ କାର୍ଯ୍ୟକ୍ରମ ସହ ଜିଲ୍ଲାର ବିକାଶ କ୍ଷେତ୍ରରେ ମାଲକାନଗିରି ପୋଲିସର ଭୂମିକାକୁ ପ୍ରଶଂସା କରିବା ସହ ଏହି ଅଞ୍ଚଳର ଆଦିବାସୀ ମାନେ ବିପ୍ଳବି ଚିନ୍ତା ଧାରା ଛାଡି ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହୋଇ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଚିନ୍ତା କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଗୁଇନ୍ଦା ନିର୍ଦ୍ଦେଶକ ଆର. କେ. ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର ପ୍ରମୁଖ ଯୋଗ ଦେଇଥିଲେ । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )