ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମାଲକାନଗିରି , କୋରାପୁଟ ଏବଂ କନ୍ଧମାଳ ଜିଲ୍ଲା ମୁଖ୍ୟ ପୁଲିସ ମୁଖ୍ୟାଳୟ ଗ୍ରସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୪ ଏପ୍ରିଲ ରବିବାର ) ମାଲକାନଗିରି  :- ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆଜି ମାଲକାନଗିରି , କୋରାପୁଟ ଏବଂ କନ୍ଧମାଳ ଜିଲ୍ଲା ମୁଖ୍ୟ ପୁଲିସ ମୁଖ୍ୟାଳୟ ପରିଦର୍ଶନ ସହ ପରିସ୍ଥିତି ସମୀକ୍ଷା କରିଛନ୍ତି । ସେହରେ ସେ ଓଡିଶା ପୋଲିସର ବରିଷ୍ଠ ଅଧିକାରୀମାନଙ୍କ ସହ ମାଓବାଦୀ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ମାଓବାଦୀ ବିପଦକୁ ସଫଳତାର ସହ ମୁକାବିଲା କରିଥିବାରୁ ପ୍ରଶଂସା କରିଛନ୍ତି । ହିଂସା ମାର୍ଗ ଛାଡି ଗଣତାନ୍ତ୍ରିକ ଉପାୟ ମାଧ୍ୟମରେ ଏହି ଅଞ୍ଚଳର ଶାନ୍ତିପୂର୍ଣ୍ଣ ବିକାଶ ପାଇଁ ମୁଖ୍ୟ ସ୍ରୋତରେ ଯୋଗ ଦେବାକୁ ସେ ପୁଣି ଥରେ ମାଓବାଦୀ କ୍ୟାଡରମାନଙ୍କୁ ଆହ୍ୱାନ ଦେଇଛନ୍ତି । ଶ୍ରୀ ଅଭୟ ସ୍ୱାଭିମାନ ଅଞ୍ଚଳର ଆନ୍ଦ୍ରହଲ, ହନ୍ତାଗୁଡା, ଜୋଡାମ୍ବୋ ଏବଂ ଗୁରୁସେତୁ ଠାରେ କମ୍ପାନୀ ଅପରେଟିଙ୍ଗ ବେସ (ସିଓବି) ସ୍ଥାପନ ଓ ଜୋଡମ୍ବୋରେ

ପୁଲିସ ଷ୍ଟେସନ ସ୍ଥାପନ ନେଇ ମାଲକାନଗିରି ପୁଲିସର ପ୍ରଶଂସା କରିଛନ୍ତି । ସ୍ୱାଭିମାନ ଅଂଚଳରେ ବିକାଶ କାର୍ଯ୍ୟକୁ ସୁଗମ କରିବା ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିଥିବାରୁ ଡିଜିପି ସେମାନଙ୍କୁ ପ୍ରଶଂସା କରିଛନ୍ତି । ଆଜି ଡିଜିପି ମାଲକାନଗିରିର ଏମଭି-୨ରେ ନବ ନିର୍ମିତ ଏସଡ଼ିପିଓ କାର୍ଯ୍ୟାଳୟ ଭବନକୁ ଉଦଘାଟନ କରିଛନ୍ତି । ସେହିଭଳି, କୋରାପୁଟ ଏବଂ କନ୍ଧମାଳରେ ସେ ସାମଗ୍ରିକ ପରିସ୍ଥିତି ଏବଂ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ପୁଲିସ ମୁଖ୍ୟାଳୟ ଏଡିଜିପି, ପୁଲିସ ପରିଚାଳନା ଆଇଜିପି ଏବଂ ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଏସପି ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।  (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )