ସବୁ ରବିବାର ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ହୋଇଛି

ଓଡ଼ିଶା ତାଜା ନ୍ୟୁଜ୍ (୨୮ ମାର୍ଚ୍ଚ ରବିବାର ) ପୁରୀ :- ଏଣିକି ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ସବୁ ରବିବାର ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ହୋଇଛି । କରୋନା ବଢୁଥିବାରୁ ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛି । ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜେସନ୍ ପାଇଁ ବନ୍ଦ ରଖବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇଛନ୍ତି । ପୂର୍ବରୁ ଛତିଶା ନିଯୋଗରେ ଏନେଇ ପ୍ରସ୍ତାବ ପାରିତ ହୋଇଥିଲା । କିନ୍ତୁ ଅନ୍ୟଦିନରେ ସାଧାରଣ ଦର୍ଶନ ଉପରେ କୌଣସି ରୋକ ଲଗା ଯାଇନାହିଁ ।

କେବଳ ରବିବାର ହିଁ ଦର୍ଶନ ବନ୍ଦ ରହିବ । ଶ୍ରୀଜୀଉଙ୍କ ଦର୍ଶନ ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଲୋକ ନିତିଦିନ ପୁରୀକୁ ଆସିଥାଆନ୍ତି। ତେଣୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି । ଏଣିକି ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ସବୁ ରବିବାର ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ହୋଇଛି । କରୋନା ବଢୁଥିବାରୁ ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛି । ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜେସନ୍ ପାଇଁ ବନ୍ଦ ରଖବାକୁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ନେଇଛି l ଏହାସହ କୋଭିଡ କୋଭିଡ ସଂକ୍ରମଣ ବଢିବାରେ ଲାଗିଥିବାରୁ ମାସ୍କ ଏବଂ ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି ।

ରଥନିର୍ମାଣ ଆଗକୁ ଥିବାରୁ ସମସ୍ତ ଭୋଇ ଓ ମହାରଣାମାନଙ୍କୁ ଟୀକା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ ୪୫ବର୍ଷରୁ ଉର୍ଦ୍ଧ୍ୱ ସେବାୟତଙ୍କ ସହ ତାଙ୍କ ପରିବାର ମହିଳାମାନଙ୍କର ଟୀକାକରଣ ଆରମ୍ଭ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ସମସ୍ତ କର୍ମଚାରୀଙ୍କ ଟୀକା ପ୍ରଦାନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । ଗତ ମାର୍ଚ୍ଚ ୨୦ ତାରିଖ କରୋନା ପ୍ରଭାବରେ ଥର ହର ହୋଇଥିଲା ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ର। ଭକ୍ତଙ୍କ ପାଇଁ ବନ୍ଦ ହୋଇଯାଇଥିଲା ଶ୍ରୀମନ୍ଦିର। ପ୍ରାୟ ୯ମାସ ପରେ ଡିସେମ୍ବରରେ ଖୋଲିଲା ଶ୍ରୀମନ୍ଦିର । ତାପରେ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିରକୁ ଛୁଟିଛନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ ।

ଖୋଲାମେଲା ହୋଇଯାଇଥିଲା କଟକଣା କିନ୍ତୁ ଏବେ ପୁନର୍ବାର କୋଭିଡ ସଂକ୍ରମଣ ବ୍ୟାପିବାରେ ଲାଗିବାପରେ ପୁଣି ଆରମ୍ଭ ହୋଇଛି କଟକଣା । ଡ଼ିସେମ୍ୱର ୨୩ ରୁ ୨୫ ଓ ପ୍ରଥମେ ସେବାୟତ ପରିବାର ସଦସ୍ୟ ଓ ଜାନୁଆରୀ ୩ ରୁ କୋଭିଡ଼ ନେଗେଟିଭ ସାର୍ଟିଫିକେଟ ଦେଖାଇ ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଥିଲା । ପୁଣି ପୁର୍ନବିଚାର କରାଯାଇ ଏହାକୁ କେବଳ ମାସ୍କ ବ୍ୟବହାର, ହାତ ସାନିଟାଇଜ, ସମାଜିକ ଦୂରତ୍ୱକୁ କଡ଼ାକଡ଼ି କରାଯାଇ ମନ୍ଦିର ପ୍ରବେଶ ଅନୁମତି ମିଳିଥିଲା । ତେବେ ପୁଣି ଥରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଥିବାରୁ ଏମିତି ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ । (ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି )