ଅନୁଗୁଳର ବଅଁରପାଳରେ ଅଭାବନୀୟ ଘଟଣା । ରାସ୍ତାକଡ଼ରୁ ଠାବ ହୋଇଛି ୨ ନବଜାତଙ୍କ ମୃତଦେହ

ଓଡ଼ିଶା ତାଜା ନ୍ୟୁଜ (୧୬ ମାର୍ଚ୍ଚ ମଙ୍ଗଳବାର ) ବଅଁରପାଳ :- ଅନୁଗୁଳର ବଅଁରପାଳରେ ଅଭାବନୀୟ ଘଟଣା । ରାସ୍ତାକଡ଼ରୁ ଠାବ ହୋଇଛି ୨ ନବଜାତଙ୍କ ମୃତଦେହ । ମହୀଧରପୁର ଉପରସାହି ନିକଟ ରାସ୍ତାକଡ଼ରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । କେହି ଦୁଇ ନବଜାତଙ୍କୁ ଫିଙ୍ଗିଥିବା ସନ୍ଦେହ କରାଯାଉଛି । ୨ଟି ଯାକ ମୃତଦେହ ଜବତ କରି ବଅଁରପାଳ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କିଏ ଓ କାହିଁକି ମୃତ ଶିଶୁଙ୍କୁ ଆଣି ରାସ୍ତାକଡ଼ରେ ଫିଙ୍ଗିଲା ସେ ନେଇ ଚର୍ଚ୍ଚାହେଉଛି । ରାସ୍ତାକଡ଼ରୁ ୨ ନବଜାତଙ୍କ ମୃତଦେହ ଠାବ ହୋଇଛି । କେହି ଦୁଇ ନବଜାତଙ୍କୁ ଫିଙ୍ଗିଥିବା ସନ୍ଦେହ କରାଯାଉଛି । ୨ଟି ମୃତଦେହ ଜବତ କରି ବଅଁରପାଳ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସେପଟେ ମେଡିକାଲ ଭିତରୁ ନବଜାତ ଶିଶୁର ମୃତଦେହ ନେଇଗଲା କୁକୁର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ତେବେ ମେଡିକାଲ ପରିସରରେ ଥିବା ଲୋକେ ହୋହାଲ୍ଲା କରିବାରୁ କୁକୁରଟି ମୃତଦେହକୁ ଛାଡ଼ି ଚାଲିଯାଇଥିଲା । ନବଜାତ ଶିଶୁଟି କାହାର ତାହା ଜଣାପଡ଼ିନାହିଁ । ଏହା ଏକ ପ୍ରି-ମ୍ୟାଚ୍ୟୁର ଶିଶୁକନ୍ୟାର ମୃତଦେହ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । କେଉଁଠାରୁ ନବଜାତକର ମୃତଦେହ ଆସିଲା ତାହା ଜଣାପଡ଼ିନାହିଁ । ଭଦ୍ରକ ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି ।