ଚକୋଲେଟର ଲୋଭ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ ; ଜଙ୍ଗଲକୁ ନେଇ ନେଇ ଇଜ୍ଜତ ଲୁଟିଲା ସଇତାନ

 ଓଡ଼ିଶା ତାଜା ନ୍ୟୁଜ (୧୪ ମାର୍ଚ୍ଚ ରବିବାର) ନୀଳଗିରି :-  ଚକୋଲେଟ୍ ଦେଇ ଦୁଷ୍କର୍ମ ବାଲେଶ୍ୱର ଜିଲ୍ଲାରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଚକୋଲେଟର ପ୍ରଲୋଭନ ଦେଖାଇ ଜଣେ ନାବାଳିକାକୁ ଜଙ୍ଗଲରେ ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଭାବନୀୟ ଘଟଣା ବରମପୁର ଥାନା ଅନ୍ତର୍ଗତ କେସିପୁର ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ବରମପୁର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ପୋଲିସ ଗିରଫ ହୋଇଥିବା ଜଣାପଡିଛି । ସୂଚନାନୁସାରେ, କେସିପୁର ପଞ୍ଚାୟତ ଅଧିନସ୍ଥ ପୁଟୀବନ୍ଧ ଅଞ୍ଚଳର ଡାକ୍ତର ନାମକ ଯୁବକ ସେହି ଅଞ୍ଚଳର ଜଣେ ନାବାଳିକାକୁ ଚକଲେଟ ପ୍ରଲୋଭନ ଦେଖାଇ ପାଖ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ ।

ଏ ନେଇ ଗାଁରେ ଏକ ବୈଠକ ବସିଥିଲା । ହେଲେ କୌଣସି ସମାଧାନ ହୋଇ ନପାରି ବାରୁ ବରମପୁର ଥାନାରେ ଅଭିଯୋଗ ହୋଇଥିଲା । ଥାନାଧିକାରୀ ରବିନାରାୟଣ ଭୁୟାଁ ଘଟଣାର ତଦନ୍ତ କରି ପୀଡିତାକୁ ଡାକ୍ତରୀ ମାଇନା ପାଇଁ ପଠାଇଛନ୍ତି। ଏହାପରେ ୧୬୪ ବୟାନ ରେକର୍ଡ ପରେ ଅଭିଯୁକ୍ତକୁ ଡ଼ାକ୍ତରୀ ମାଇନା କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ଏହା ପରେ ଅଭିଯୁକ୍ତ ଗିରଫ କରାଯାଇଥିବା ଜଣାପଡ଼ିଛି ।(ଦୀପ୍ତିମାନ ପତି,ବାଲେଶ୍ୱର )