ବିଧାୟକଙ୍କ ଦ୍ୱାରା ଉପର ମଣିନାଗ ପୀଠର ଆଲୋକର ଉଦ୍‌ଘାଟନ

ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାରରଣପୁର /ରିପୋର୍ଟ ଅଭିମନ୍ୟୁ ମହାରଣା :- ରଣପୁର ଉପର ମଣିନାଗ ପୀଠର ସୌନ୍ଦର୍ଯ୍ୟ ଦେଖିବା ପାଇଁ ସବୁଦିନ ଶହ ଶହ ଲୋକଙ୍କ ଭିଡ ଜମେ । ପାହଡ ଶିଖରକୁ ଯାଇ ଭକ୍ତମାନେ ପ୍ରତିଦିନ ମା’ଙ୍କ ଦର୍ଶନ କରନ୍ତି । ଉପର ମଣିନାଗ ପୀଠ ତଳ ମଣିନାଗ ଠାରୁ ପ୍ରାୟ ୫ କିଲୋମିଟର ଉଚ୍ଚରେ ଅବସ୍ଥିତ । ଏହି ରାସ୍ତାକୁ ଆଲୋକୀକରଣ କରିବା ପାଇଁ ରାସ୍ତାର ପାଶ୍ୱର୍ରେ ବିଦ୍ୟୁତ୍ ଆଲୋକ ଖୁଂଟ ବସାଯାଇଛି ।

ଏହି ଆଲୋକ ବ୍ୟବସ୍ଥାକୁ ଆଜି ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଏହି ସମୟରେପ୍ରିୟବ୍ରତ ପ୍ରହରାଜ NAC ଉପସଭାପତି,ଏନ.ଏ.ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ବିଶି, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ସବିତା ଦାସ, ସହ ବହୁ ଜନସାଧାରଣ ଯୋଗ ଦେଇଥିଲେ ।