ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାର) ଭୁବନେଶ୍ୱର :- ଶ୍ରୀଲିଙ୍ଗରାଜ ପୀଠର ଉଠିଲା ମହାଦୀପ, ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ମହାଦୀପ । ପାରମ୍ପରିକ ବେଢ଼ା ପରିକ୍ରମା ପରେ ମହାଦୀପ ଉଠିଥିଲା । ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା । ସଅଳ ନୀତିକାନ୍ତି ଶେଷ ହେବା ପରେ ମହାଦୀପ ଉଠିଥିଲା । ନିର୍ଦ୍ଧାରିତ ସମୟର ୧୫ ମିନିଟ ପୂର୍ବରୁ ମହାଦୀପ ଉଠିଲା ।
ଏହି ସମୟରେ ଜୟ ଶ୍ରୀଲିଙ୍ଗରାଜ ଧ୍ବନୀରେ ପ୍ରକମ୍ପିତ ହୋଇ ଉଠିଲା ଏକାମ୍ର କ୍ଷେତ୍ର । ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଗୁରୁବାର ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗରଯାତ୍ରା ଅନୁଷ୍ଠିତ ହୋଇଛି । ଆଜି କୋଭିଡ୍ କଟକଣା ଭିତରେ ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଳିତ ହୋଇଛି । ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ପ୍ରାୟ ୯ଟା ୪୦ ସମୟରେ ମହାଦୀପ ଉଠିଛି ।