ରଣପୁର : ସାଂସଦ ପ୍ରତିନିଧି ଚୟନ ରେ ବହୁ ପ୍ରତିକ୍ଷୀତ ର ଅନ୍ତଃ ଘଟିଛି ; ଓଡ଼ଗାଁ ରେ ଲିଙ୍କନ ସୁବୁଦ୍ଧି ଥିବା ବେଳେ ରଣପୁର ରେ ସ୍ୱର୍ଣ୍ଣ ପ୍ରକାଶ ରାଉତ ରାୟ ହେଲେ ସାଂସଦ ପ୍ରତିନିଧି

ରଣପୁର ବ୍ଲକର ସାଂସଦ ପ୍ରତିନିଧି କିଏ ହେବ କିଏ ହେବ ବୋଲି ,ନିର୍ବାଚନ ମଣ୍ଡଳୀ ରେ ଆଜି ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲା ଚର୍ଚ୍ଚିତ ଖବର ଆଜି ତାହାର ଅନ୍ତଃ ଘଟିଛି । ଓଡ଼ଗାଁ ରେ ଲିଙ୍କନ ସୁବୁଦ୍ଧି ଥିବା ବେଳେ ରଣପୁର ରେ ସ୍ୱର୍ଣ୍ଣ ପ୍ରକାଶ ରାଉତ ରାୟ ହେଲେ ସାଂସଦ ପ୍ରତିନିଧି

ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାର ) ରଣପୁର /ରିପୋର୍ଟ ଅଭିମନ୍ୟୁ ମହାରଣା :- ରଣପୁର ନିର୍ବାଚନ ମଣ୍ଡଳୀ ରେ ସାଂସଦ ପ୍ରତିନିଧି କିଏ ହେବ କିଏ ହେବ ବୋଲି ,ନିର୍ବାଚନ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲା କିଏ ହେବ ସାଂସଦ ପ୍ରତିନିଧି । ଏହାକୁ ନେଇ ରଣପୁର ରେ ବହୁ ଚର୍ଚ୍ଚିତ ଖବର ହୋଈଥିଲା । ଆଜି ତାହାର ଅନ୍ତଃ ଘଟିଛି । ଏହି ସାଂସଦ ପ୍ରତିନିଧି ହେବା ପାଇଁ ଦାବୀଦାର ଥିଲେ ରଣପୁର ର ବହୁ ତୁଙ୍ଗ ତୁଙ୍ଗ ନେତା ମାନେ ଲିଖିତ ଆକାର ରେ ଓ ମୁହାଁ ମୁହିଁ କଥପୋକଥନ ରେ ଜିଜ୍ଞାସା ପ୍ରକାଶ କରିଥିଲେ । ଡମ ସାହି ର ଲଣ୍ଡା ଦଳବେହେରା , ସୁନଖାଳା ର ସଚିକାନ୍ତ ଷଡ଼ଙ୍ଗୀ , ରଣପୁର ର ସୁରେଶ ଚନ୍ଦ୍ର ମିଶ୍ର , ଦେବାଶିଷ ପଟ୍ଟନାୟକ , କିଶୋର ଚନ୍ଦ୍ର ପଟ୍ଟନାୟକ , ଗୋପାଳପୁର ଜୋନ୍ ର ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ , ଶରତ ଚନ୍ଦ୍ର ରଥ ଓ ଚାନ୍ଦପୁର ର ମନୋଜ ଦାସ ।

ଏହି ତୁଙ୍ଗ ନେତା ମାନଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି ରଣପୁର ବ୍ଲକ ର ଯୁବ ନେତା ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ ରଣପୁର ବ୍ଲକ ର ୩୭ ଟି ପଞ୍ଚାୟତ ର ପ୍ରତିନିଧିତ୍ୱ ଭାର ଏବେ ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ ଙ୍କୁ ପ୍ରଦାନ କରାଯାଇଛି । ଓଡ଼ଗାଁ ବ୍ଲକ ର ୧୮ ଟି ପଞ୍ଚାୟତ ଏବଂ ଯାହାର ପ୍ରତିନିଧିତ୍ୱ ଭାର ଗ୍ରହଣ କରିଛନ୍ତି ଲିଙ୍କନ ସୁବୁଦ୍ଧି । ବହୁ ପୁର୍ବରୁ ଓଡ଼ଗାଁ ବ୍ଲକ ରେ ବାଜି ମାରି ନେଇଥିଲେ ଯୁବ ନେତ୍ରୀ ଲିଙ୍କନ ସୁବୁଦ୍ଧି ।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ରାଜ୍ୟ ପ୍ରମୁଖ ନବୀନ ପଟ୍ଟନାୟକ ପୁରୁଖା ନେତା ଙ୍କୁ ପଛରେ ପକାଇ ଯୁବ ନେତା ଙ୍କୁ ପ୍ରୋତ୍ସାହନ କରିଛନ୍ତି । ସ୍ୱର୍ଣ୍ଣ ପ୍ରକାଶ ରାଉତ ରାୟ ଯୁବ ସଙ୍ଗଠନ ର ସଭାପତିତ୍ୱ ଦାୟିତ୍ୱ ନେଇଥିଲେ ଓ ଗୋପାଳପୁର ଜୋନ୍ ର ସ୍ୱର୍ଣ୍ଣ ପ୍ରକାଶ ଙ୍କ ପତ୍ନୀ ଜିଲ୍ଲା ପରିଷଦ ର ଦାୟିତ୍ୱ ସୁଚାରୁ ରୁପେ ତୁଲାଇ ଥିଲେ । ଏବେ ସେ ରଣପୁର ବ୍ଲକ ର ସାଂସଦ ପିନାକୀ ମିଶ୍ର ଙ୍କ ପ୍ରତିନିଧି ହୋଇଛନ୍ତି , ଯାହାକି ରଣପୁର ରେ କିଏ ହେବ କିଏ ହେବ ବୋଲି ହୁରି ପଡୁଥିବା ବେଳେ ସାଂସଦ ପିନାକୀ ମିଶ୍ର ଆଜି ଯୁବ ନେତା ସ୍ୱର୍ଣ୍ଣ ପ୍ରକାଶ ରାଉତ ରାୟ ଙ୍କୁ ପ୍ରତିନିଧିତ୍ୱ ର କାର୍ଯ୍ୟ ଭାର ପ୍ରଦାନ କରିଛନ୍ତି ।