ଖାଲମଡ଼ା ବାବା ରାମେଶ୍ୱର ଙ୍କ ପୀଠରେ ଭକ୍ତମାନେ ଜାଳିଲେ ଜାଗର ଦୀପ

ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାର ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖାଲ ମଡ଼ା ଗ୍ରାମ ର ବାବା ରାମେଶ୍ୱର ଙ୍କ ପୀଠରେ ଜାଗର ଉତ୍ସବ ପାଳିତ ହୋଇଯାଇଛି।ବାବା ରାମେଶ୍ୱର ଜାଗର ଉତ୍ସବ କମିଟି ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଭକ୍ତମାନେ ଉପବାସ କରି ବାବା ରାମେଶ୍ୱର ଙ୍କ ପୀଠରେ ଜାଗର ଦୀପ ଜାଲିଥିଲେ।ରାତ୍ର ୧୦ ଟା ସମୟରେ ମହାଦୀପ ଦର୍ଶନ କରି ଭକ୍ତମାନେ ପଣା ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମ ସଫଳ ପରିଚାଳନାରେ ବାବା ରାମେଶ୍ୱର ଜାଗର ଉତ୍ସବ କମିଟି ର ସଦସ୍ୟ ଲାଲ୍ କୃଷ୍ଣ ପ୍ରଧାନ,ସନାତନ ପରିଡା,ପ୍ରଶାନ୍ତ କୁମାର ସାହୁ, ସଞ୍ଜୟ ଖିଲାର,ଶରତ କୁମାର ପ୍ରଧାନ,ସୁଧୀର ସାହୁ, ଡାଲୁ ପରିଡ଼ା,ସୁବ୍ରତ ପରିଡ଼ା,ସୋମନାଥ ପରିଡ଼ା, ନିତୁନ ପରିଡ଼ା,ରାକେଶ ନାୟକ,ବିନାୟକ ପରିଡ଼ା,ଶିବ ଶଙ୍କର ନାୟକ,ଦିଲ୍ଲୀପ କୁମାର ନାୟକ , ବାସୁ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)