ପାରଳାଖେମୁଣ୍ଡି  : ଗଜପତି ଜିଲ୍ଲାରେ ଥିବା ମହେନ୍ଦ୍ରଗିରି ଶିଖରରେ ଇତିହାସରେ ପ୍ରଥମ ଥର ପାଇଁ ବିନା ଭକ୍ତରେଶିବରାତ୍ରି ଉଜାଗରପାଳନ

ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାର ) ପାରଳାଖେମୁଣ୍ଡି :- ରାମାୟଣ ମହାଭାରତରେ ପ୍ରସିଦ୍ଧି ଲାଭ କରିଥିବା ଓଡିଶାର ହିମାଳୟଗଜପତି ଜିଲ୍ଳାର ମହେନ୍ଦ୍ରଗିରି ଶିଖରରେ ଇତିହାସରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବିନା ଭକ୍ତରେ ଶିବରାତ୍ରୀ ଜାଗର ପାଳନ ହୋଇଯାଇଛି । ଶିବରାତ୍ରୀ ସାରା ପୃଥିବୀରେ ଆଜି ଗୁରୁବାର ରାତ୍ରରେ ପାଳନ ହୁଏ । କିନ୍ତୁ ମହେନ୍ଦ୍ରିଗିରି ଠାରେ ଶିବରାତ୍ର ଜାଗର ପାଳନ ଓ ମହାଦୀପ ଶିବରାତ୍ର ପୂର୍ବଦିନ ରାତ୍ରରେ ଅନୁଷ୍ଠିତ ହୁଏ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହେନ୍ଦ୍ରଗିରି ଠାରେ ଗତକାଲି ରାତିରେ ମହାଶିବରାତ୍ରୀ ପାଳନ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେବଳ ମହେନ୍ଦ୍ରଗିରି ଠାରେ ପୂଜାପାଠ ଓ ବିଧି ବିଧାନ ପାଳନ କରାଯିବା ପାଇଁ ପୂର୍ବରୁ ନିଷ୍ପତ୍ତି ଗ୍ରହଣ କରି ବିନା ଭକ୍ତରେ ଚଳିତ ବର୍ଷ ମହେନ୍ଦ୍ରଗିରିରେ ଜାଗର ପାଳନ ପାଇଁ ୧୫ ଦିନ ପୂର୍ବରୁ ଗଜପତିର ପଡୋଶୀ ଆନ୍ଧ୍ର, ଗଂଜାମ ଓ ଗଜପତି ଜିଲ୍ଲାରେ ବ୍ୟାପକ ପ୍ରଚାର କରିଥିଲେ ।

ଏଥି ସହ ମହେନ୍ଦ୍ରଗିରି ଯିବାକୁ ରହିଥିବା ବିଭିନ୍ନ ରାସ୍ତା ଯଥା, ବୁରୁଖତ, ରାଜବସା, ବାରଘର, ଚମ୍ପାପୁର, ଗୁଡିଖୁଡି, ଗଙ୍ଗାବାଡ, କଇଁପୁର ଆଦି ବିଭିନ୍ନ ୧୪ ଗୋଟି ସ୍ଥାନରେ ଜିଲ୍ଲା ପ୍ରଶାସନ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଗତ ଦୁଇ ଦିନ ଧରି ସଜାଗ ରଖିଥିଲେ । ତେଣୁ ଚଳିତ ବର୍ଷ ଜଣେ ହେଲେ ଭକ୍ତ ମହେନ୍ଦ୍ରଗିରିକୁ ଜାଗର ପାଳନ ପାଇଁ ଯୋଗ ଦେଇ ନଥିଲେ । ସୂଚନା ଯୋଗ୍ୟ ଯେ, ପ୍ରତ୍ୟେକ ବର୍ଷ ଶିବରାତ୍ରୀ ପାଳନ ପାଇଁ ମହେନ୍ଦ୍ରଗିରି ଠାରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଜାଗର ପାଳନ କରାଯାଇଥାଏ । ବର୍ତ୍ତମାନ କରୋନାର ଭୟାଭହତା ପୁଣି ଦେଖା ଦେଇଥିବାରୁ ଚଳିତ ବର୍ଷ ଗଜପତି ପ୍ରଶାସନ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରଥିଲେ । ତେଣୁ ଚଳିତ ବର୍ଷ କେବଳ ମହେନ୍ଦ୍ରଗିରି ଠାରେ ଥିବା କୁନ୍ତି, ଭୀମ, ଯୁଧିଷ୍ଠିର, ଅର୍ଜୁନ, ଗୋକର୍ଣ୍ଣେଶ୍ୱର ଆଦି ମନ୍ଦିର ଗୁଡିକରେ କେବଳ ସେବାୟତଙ୍କ ଦ୍ୱାରା ଶିବରାତ୍ରର ଯଥାରୀତି ଅନୁଯାୟୀ ପୂଜାପାଠ ଓ ବିଧିବିଧାନ କରାଯାଇଥିଲା । ଗତକାଲି ରାତ୍ର ୧୨ଘଣ୍ଟା ସମୟରେ ବିଧି ଅନୁଯାଇ ମହାଦୀପ ପ୍ରଜ୍ୱୋଳନ କରାଯାଇଥିଲା । ଗତ ଦୁଇଦିନ ଧରି ମହେନ୍ଦ୍ରଗିରି ଶିଖରରେ ଗଜପତି ଜିଲ୍ଲାପାଳ ଅନୁପମ ସାହା, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପୋଲିସ ଏସ୍‌ଡିପିଓ ରାମକୃଷ୍ଣ ପତି, ରାୟଗଡ ତହସିଲଦାର ଲୀଳାବତୀ ଆଚାରୀ ପ୍ରମୁଖଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ଓ ପୋଲିସ ସଜାଗ ରହିଥିଲେ । (ପାରଳାଖେମୁଣ୍ଡି /ଗରୁଡ଼ ଧ୍ୱଜ ଚୌଧୁରୀ)