ମହାଶିବରାତ୍ରୀ ଅବସସରେ ନିଷ୍ଠା ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାର ) ବରଗଡ :-  ଗୁରୁବାରଦିନ ମହାଶିବରାତ୍ରୀ ଅବସରରେ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ଵର ଧାମ, ଗାଇସୀମା ଠାରେ ନିଷ୍ଠା ପରିବାର ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ପ୍ରତ୍ୟେକ ବର୍ଷ ଶିବରାତ୍ରି ଅବସସରେ ନିଷ୍ଠା ପରିବାର ପକ୍ଷରୁ ରକ୍ତଦାନ ଶିବିର ହୋଇଥାଏ । ଦୂର ଦୂରାନ୍ତରରୁ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସୁଥିବା ଭକ୍ତ ମାନେ ପ୍ରଭୁଙ୍କୁ ଦର୍ଶନ କରିବା ସହ ରକ୍ତଦାନ କରି ଅମୂଲ୍ଯ ଜୀବନ ବଞ୍ଚାଇବାରେ ସହଯୋଗ କରିଛନ୍ତି ।

ବରଗଡ ରକ୍ତ ଭଣ୍ଡାର ଦ୍ବାରା ଏହି ଶିବିର ରେ ସର୍ବମୋଟ ୪୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ଦୁଇ ଯୋଡା ଦମ୍ପତ୍ତିଙ୍କ ସମେତ ୫ଜଣ ମହିଳା ମଧ୍ଯ ରକ୍ତଦାନ କରିଥିଲେ । ଏହି ଶିବିର ରେ ସମ୍ମାନୀତ ଅତିଥି ଭାବରେ ଡାକ୍ତର ଅଜିତ କୁମାର ଦର୍ଜି ଯୋଗଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ନିଷ୍ଠା ପରିବାର ର ସଭାପତି ରକ୍ଷପାଲ ସାହୁ ,ସଂପାଦକ ଅଶ୍ବିନୀ ତ୍ରିପାଠୀ ,କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁଙ୍କ ସମେତ ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ ।(ପାରଳାଖେମୁଣ୍ଡି/ଗରୁଡ଼ ଧ୍ୱଜ ଚୌଧୁରୀ )