ଆର୍ଦଶ ଶିକ୍ଷକଗଙ୍ଗାଧର ପ୍ରଧାନ ଙ୍କ ପରଲୋକ

ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାର ରଣପୁର :- ରଣପୁର ବ୍ଲକ ମଝିଆଁଖଣ୍ଡ ପଞ୍ଚାୟତ ଅଧିନରେ ଥିବା ପଥରପୁଞ୍ଜି ଗ୍ରାମରେ ଶିକ୍ଷକ ଗଙ୍ଗାଧର ପ୍ରଧାନ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ୩ ଝିଅ ଅଦ୍ୟାବଧି ପାଠ ପଢ଼ୁଛନ୍ତି । ଶ୍ରୀ ପ୍ରଧାନ ମହତପଲ୍ଲା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ସେ ଜଣେ ଦକ୍ଷ ଶିକ୍ଷକ, ଶିକ୍ଷକମାନଙ୍କର ଚାକିରୀ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ନିଖୁଣ ଭାବେ କରିଥାନ୍ତି । ସେ ଜଣେ ଶିକ୍ଷକସଂଘର ଆଗଧାଡ଼ର ନେତା ।ଶିକ୍ଷକଶିକ୍ଷୟିତ୍ରୀଙ୍କ ସୁବିଧା ଅସୁବିଧାରେ ସେ ଆଗଭର ହୋଇ ଠିଆ ହୁଅନ୍ତି । ତାଙ୍କ ମୃତ୍ୟୁ ଖବର ଶୁଣି ଚାନ୍ଦପୁର ଠାରୁ ସୁନାଖଳା ପର୍ଯ୍ୟନ୍ତ ଵହୁ ଶିକ୍ଷକଶିକ୍ଷୟିତ୍ରୀ ତାଙ୍କ ଗ୍ରାମ ପଥରପୁଞ୍ଜି ରେ ପହଞ୍ଚି ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୋପାଳ ଚନ୍ଦ୍ର ବେହେରା, ଜିଲ୍ଲା ପ୍ରାଥମିକ ଶିକ୍ଷକସଂଘର ସଭାପତି ଜ୍ୟୋତି ରଞ୍ଜନଦାଶ, ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରଫୁଲ୍ଲ କୁମାର ବିଶ୍ୱଳ, ସଂପାଦକ ଜଗନ୍ନାଥ ଦାଶ, ଅଭିରାମ ମହାପାତ୍ର, ନିରୁପମା ମହାନ୍ତି, ନିଳମଣୀ ବେହେରା, ସୁଶୀଲ କୁମାର ରଣା, ମହେନ୍ଦ୍ର ସୁବୁଦ୍ଧି ,ଜ୍ୟୋତି ରଞନ କର, ଅନିଲ ପାଇକରାୟ, ପ୍ରଦିପ ଖୁଣ୍ଟିଆ, ଦିନବନ୍ଧୁ ଜେନା, ବସନ୍ତ ବେହୁରା, ଶରତ ନାୟକ ପ୍ରଭୁତି ଯୋଗଦାନ କରିଥିଲେ । ବ୍ଳକ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଶବସଂସ୍କାର ପାଇଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୋପାଳ ଚନ୍ଦ୍ର ବେହେରା ୫୦୦୦ ଟଙ୍କା ଓ ଗୋପାଳପୁର ସର୍କଲ ସଂପାଦକ ମହେନ୍ଦ୍ର ସୁବୁଦ୍ଧି ୧୦୦୦ ଟଙ୍କା ପ୍ରଦାନ କରିଥିଲେ । ଶିକ୍ଷକ ଯୁଧିଷ୍ଠିର ପ୍ରଧାନ ଓ ଅଶୋକ କୁମାର ଦାଶ ଯୋଗ ଦେଇଥିଲେ l (ରଣପୁର ପ୍ରତିନିଧିଙ୍କ ରିପୋର୍ଟ)