ଶିମିଳିପାଳରେ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାରବାରିପଦା :- ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭା ଅଭିଯାନରେ ସାମିଲ ହେଲେ ବିଜେଡି ସଂଗଠନ ସମ୍ପାଦକତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ସ୍ଥାନୀୟ ଲୋକଙ୍କ ସହଯୋଗରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିବ ନିଆଁ ଲିଭା । ପ୍ରଣବ ପ୍ରକାଶଙ୍କ ସହିତ ବିଧାୟକ ରାଜକିଶୋର ଦାସ, ବାସନ୍ତି ହେମ୍ବ୍ରମ, ଏଗ୍ରୋ ଇଣ୍ଡଷ୍ଟ୍ରିଜ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ଓ ସ୍ଥାନୀୟ ଲୋକେ ସାମିଲ । ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ସାମିଲ, ରାଜ୍ୟସଭା ସାଂସଦ ମମତା ମହାନ୍ତ ସାମିଲ, କାଳିକାପ୍ରସାଦ ଗେଟ୍ ଦେଇ ପୁରା ଟିମ୍ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିଛନ୍ତି ।

ଏବେ ଶିମିଳିପାଳରେ ନିଆଁ ଆୟତ୍ତକୁ ଆସିଛି । ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ନିୟନ୍ତ୍ରଣରେ ରହିଛି । ନ୍ୟାସନାଲ ରିମୋଟ ସେନସିଂ ସେଣ୍ଟର (NRSC) ହାଇଦ୍ରାବାଦ ସାଟେଲାଇଟ୍ ଏକ ଫଟୋଚିତ୍ର ଜାରି କରିଛି । ଯେଉଁଥିରେ ଶିମିଳିପାଳରେ ଲାଗିଥିବା ନିଆଁ ଆୟତ୍ତକୁ ଆସି ସାରିଥିବା ଦେଖାଯାଇଛି । ଏନେଇ ଫରେଷ୍ଟ ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ଟ୍ୱିଟ୍ କରି ସୂଚନା ମଧ୍ୟ ଦେଇଥିଲେ ।(ଦୀପ୍ତିମାନ ପତି, ମୟୂରଭଞ୍ଜ/ବାରିପଦା