ଗଜପତି ଜିଲ୍ଲାର ୧୩୦୦ଜଣ ସ୍ବାସ୍ଥ୍ୟ ବିଭାଗ ଓ ଅନାନ୍ୟ ବିଭିନ୍ନ ସରକାରୀ କର୍ମଚାରୀମାନଙ୍କୁ ୧୩ଗୋଟି ସ୍ଵାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକା ଦିଆଯାଇଥିଲା

ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାର ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା’ର ଆଦିବାସୀ ଅଧ୍ୟୁଷିତ ଗୁମା ବ୍ଲକ’ର ଗୁମ୍ମା ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ଓ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସମେତ ଜିଲ୍ଲାର ୧୩ ଗୋଟି ସ୍ବାସ୍ଥ୍ୟ କେନ୍ଦ୍ର’ରେ ୧୩୦୦ ଜଣ ବିଭିନ୍ନ ବିଭାଗ’ର କରୋନା ଯୋଦ୍ଧା ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କୁ ଦ୍ଵିତୀୟ ଡୋଜ କୋଭିଡ ଟିକା ଦିଆଯିବା ବ୍ୟବସ୍ଥା ହୋଇଥିଲା ଆଜି ଜିଲ୍ଲା’ର ଗୁମ୍ମା , ରାୟଗଡା , ଗୋସାଣି , ରା ଉଦୟଗିରି ଓ ପାରଳାଖେମୁଣ୍ଡି ଏଭଳି ୫ ଟି ଟିକାଦାନ କେନ୍ଦ୍ର ଠାରେ ୫୦୦ ଜଣ ବିଭିନ୍ନ ବିଭାଗୀୟ କରୋନା ଯୋଦ୍ଧା ଓ ଜିଲ୍ଲାର ଗୁମ୍ମା ,

ରାୟଗଡ ରା:ଉଦୟଗିରି , ବି:ଖଜୁରିପଦା , ଗୁରାଣ୍ଡି , ହାଡୁଭାଙ୍ଗି ଏବଂ ପାରଳାଖେମୁଣ୍ଡି’ର ୨ ଟି ଏଭଳି ୮ ଟି ଟୀକାଦାନ କେନ୍ଦ୍ରରେ ୮୦୦ ଜଣ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଦ୍ଵିତୀୟ ଡୋଜ କୋଭିଡ ଟିକା ଦିଆଯିବା ଵ୍ୟଵସ୍ଥା କରା ଯାଇଥିଲା ।ଗଜପତି ଜିଲ୍ଲା ଗୁମ୍ମା ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ଓ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ବିଭିନ୍ନ ସରକାରୀ ବିଭାଗ କର୍ମଚାରୀ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କ ଙ୍କ କୋଭିଡ ଟିକାଦାନ କାର୍ଯ୍ୟକ୍ରମ’ରେ ଆଜି ବହୁ ସଂଖ୍ୟାରେ କୋଭିଡ ଟୀକା ନେବା ପାଇଁ ଆସି ପ୍ରତୀକ୍ଷା ଗୃହ’ରେ ଅପେକ୍ଷା କରିଥିଲେ ।

ଟୀକା ନେବାପରେ ୩୦ ମିନିଟ ପର୍ଯ୍ୟନ୍ତ ନିରୀକ୍ଷଣ କକ୍ଷ’ରେ ବସିଥିଲେ ,କାହାକୁ ହେଲେ କୋଣସି ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇ ନ ଥିଲା । ସେମାନ’ଙ୍କ ପାଇଁ କେନ୍ଦ୍ର ସରକାର ଏହି କୋଭିଡ ଟୀକାକରଣ’ର ସୁଯୋଗ ଦେଇଥିବା ଯୋଗୁଁ ବ୍ଲକ ସହକାରୀ ଯନ୍ତ୍ରୀ ମନମୋହନ ମହାରଣା , ବିପିସି , ଅଲିଶା ପାତ୍ର , ତହସିଲ କାର୍ଯ୍ୟାଳୟ’ର ସେକ୍ସନ ଅଫିସର ରବିନାରାୟଣ ମହାନ୍ତି , ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ଶାନ୍ତିଲତା ଦାସ , ଓ ଏଏନଏମ  ସୁନିତା ମାଳି ପ୍ରମୁଖ କେନ୍ଦ୍ର ସରକାର’ଙ୍କ ଏଭଳି ପଦକ୍ଷେପ’କୁ ଧନ୍ୟବାଦ ଜଣାଇଛନ୍ତି । ଦକ୍ଷତା ବିକାଶ କେନ୍ଦ୍ର ଠାରେ ଡାଃ ସମରେନ୍ଦ୍ର ଦାଶ’ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵଧାନରେ ଏଏନଏମ, ଶଞ୍ଜୁମଣୀ ବୀର ସମସ୍ତଙ୍କୁ ଟୀକା ଦେଇଥିବା ବେଳେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଡାଃ ଚିନ୍ମୟ କୁମାର ବିଶ୍ବାଳ’ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନ’ରେ ଏଏନଏମ, ପ୍ରେମାଲତା ଶବର ଓ ଏଏନଏମ: ରିନୁ ଗମାଙ୍ଗ ସମସ୍ତ’ଙ୍କୁ ଏଏନଏମ, କୋଭିଡ ଟୀକା ଦେଇଥିଲେ ।  (ପାରଳାଖେମୁଣ୍ଡି /ଗରୁଡ଼ ଧ୍ୱଜ ଚୌଧୁରୀ)