କରୋନା କଟକଣା ପାଇଁ ଓଡ଼ଗାଁ ଅଞ୍ଚଳ ର ସମସ୍ତ ଶୈବପୀଠ ରେ କଟକଣା ଜାରି କରାଯାଇଛି-କଟକଣା ମଧ୍ୟରେ ଶୈବପୀଠ ଗୁଡ଼ିକରେ ପାଳିତ ହେବ ମହାଶିବରାତ୍ରି

ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାର ) ଓଡ଼ଗାଁ :- ଆଜି ହେଉଛି ପବିତ୍ର ମହାଶିବରାତ୍ରି । ଶିବ ଭକ୍ତଙ୍କ ପାଇଁ ଏହା ଏକ ବଡ଼ ଦିନ । ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରହି ଦୀପଜାଳି ଥାଏ ଭକ୍ତ । ହେଲେ କରୋନା କଟକଣା ପାଇଁ ଓଡ଼ଗାଁ ଅଞ୍ଚଳ ର ସମସ୍ତ ଶୈବପୀଠ ରେ କଟକଣା ଜାରି କରାଯାଇଛି ।

ମନ୍ଦିରର ପରିସର ଓ ବାହାରେ ଗହଳିକୁ ବାରଣ କରାଯିବା ସହ କୈାଣସି ସ୍ଥାନରେ ଭଜନ , କୀର୍ତ୍ତନ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ମନ୍ଦିର ବାହାରେ ବ୍ୟାରିକେଡ଼ ରହିଛି । ଭକ୍ତଙ୍କୁ ଦର୍ଶନ ପାଇଁ ମନ୍ଦିର ପ୍ରବେଶ ମନା କରାଯାଇଛି । କିନ୍ତୁ ଠାକୁରଙ୍କ ନୀତି କାନ୍ତି ପାଇଁ କେବଳ ପୂଜକ ଓ ସେବାୟତଙ୍କୁ ମାନଙ୍କୁ ଅନୁମତି ମିଳିଛି ।

ଏହି ଜାଗାର ଯାତ୍ରା ପାଇଁ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି । ସକାଳୁ ସକାଳୁ ନୀତିନିର୍ଘଣ୍ଟ ଅନୁସାରେ ନୀତି କାନ୍ତି ଚାଲିଛି । ରାତ୍ରି ୯.୦୦ ସମୟ ପରେ ବେଢ଼ା ପରିକ୍ରମା ପରେ ଶୈବପୀଠ ଗୁଡ଼ିକରେ ମହାଦୀପ ମନ୍ଦିର ଉପରକୁ ଉଠିବ ବୋଲି ସୂଚନା ମିଳିଛି । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )