ବିକାଶ ନର୍ସିଂ କଲେଜ ର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ “ଅଭ୍ୟୂଦୟ” ଶୀର୍ଷକ ଇଣ୍ଡକ୍ସନ୍ ଏଣ୍ଡ୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାର ) ବରଗଡ଼ :- ବିକାଶ ଶିକ୍ଷାସମୂହ ରେ ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ପ୍ରଥମ କରି ଆରମ୍ଭ ହୋଇଥିବା ବିକାଶ ନର୍ସିଂ କଲେଜ ର ବି.ଏସ୍‌ସି. (ନର୍ସିଂ) ଏବଂ ଏ.ଏନ୍‌.ଏମ୍‌. ପାଠ୍ୟକ୍ରମ ଛାତ୍ରଛାତ୍ରୀ ଙ୍କ ପାଇଁ ୯ମାର୍ଚ୍ଚ ରୁ ୧୩ ମାର୍ଚ୍ଚ ପର୍ଯ୍ୟନ୍ତ ୫ ଦିନିଆ ଇଣ୍ଡକ୍ସନ୍ ଏଣ୍ଡ୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ “ଅଭ୍ୟୂଦୟ” ଉଦ୍‌ଘାଟିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ବିକାଶ ଗ୍ରୁପ୍ ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଜି.ଭାସ୍କର ରାଓ, ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀ ଡି.ନାଗେଶ୍ୱର ରାଓ ପ୍ରମୁଖ ଯୋଗଦାନ କରି ସମାଜରେ ନର୍ସିଂ ଶିକ୍ଷା ଓ ସେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହିତ ଚଳିତ କୋଭିଡ୍ ମହାମାରୀରେ ନର୍ସ୍‌ ମାନଙ୍କ ସେବା କୁ ଭୂୟସୀ ପ୍ରଶଂସା କରିଥିଲେ । ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା ବିକାଶ ଅନୁଷ୍ଠାନର ଏହି ପାଠ୍ୟକ୍ରମକୁ ଆଗାମୀ ଦିନରେ ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ବରଦାନ ହେବ ବୋଲି ମତବ୍ୟକ୍ତ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ବିକାଶ ନର୍ସିଂ କଲେଜ ବରଗଡ଼ ଓ ଭବାନୀପାଟଣା ଶାଖାର ଉପାଧ୍ୟକ୍ଷା ମାନଙ୍କ ସମେତ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ୍ ର ନର୍ସିଂ ବିଭାଗୀୟ ମୁଖ୍ୟମାନେ ତଥା ବିକାଶ ଗ୍ରୁପ୍‌, ବରଗଡ଼ର ସମସ୍ତ ଶାଖାର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଏଡ୍‌ମିନିଷ୍ଟ୍ରେଟର୍ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ର ସମସ୍ତ ଦିନ ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ଙ୍କ ପାଇଁ ବୃତିଗତ ଅଧିବେଶନ ହେବା ସହ ଦ୍ୱିତୀୟ ପର୍ଯ୍ୟାୟରେ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ୍ ର ବିଭିନ୍ନ ବିଭାଗ ର ପରିଦର୍ଶନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।