ପ୍ରଶାସନ ର ଦୃଷ୍ଟି ଆଢ଼ୁଆଳରେ ରତ୍ନଗିରି ପାହାଡ଼ ର ରତା ଦେଇ ଗୁମ୍ଫା

ଓଡ଼ିଶା ତାଜା ନ୍ୟୁଜ (୧୦ ମାର୍ଚ୍ଚ ବୁଧବାର )ନୂଆଗାଁ :- ଅନେକ ବିଶ୍ୱାସ ଓ ଅନ୍ଧ ବିଶ୍ବାସ ମଣିଷର ସାମାଜିକ ଓ ମାନସିକ ଖେତ୍ରରେ ପ୍ରଭାବ ପକାଇ ଥାଏ ।ତେବେ ଭଗବାନ ଙ୍କ ସ୍ଥିତି ଯେ ଏହି ଇହ ଧାମରେ ରହିଛି ସେହି ବିଶ୍ୱାସ କୁ କେହି ଅସ୍ୱୀକାର କରି ପାରିବେ ନାହିଁ  ।  ଏପରି ଏକ ଅଲୌକିକ ଶକ୍ତି ରହିଛି ର ତା ଦେଇ ଗୁମ୍ଫା ମଧ୍ୟରେ ଯାହା ଅନେକଙ୍କୁ ଆକର୍ଷିତ କରିଛି। କେତେବେଳେ ଏହି ଗୁମ୍ଫା ନିଜର ଚମତ୍କାରି ଶକ୍ତି ଦ୍ଵାରା ଭକ୍ତଙ୍କୁ ଆକର୍ଷିତ କରିଛି ତ ପୁଣି କେତେବେଳେ ଏହାର ପ୍ରାକୃତିକ ପରିବେଶ ର ମନୋରମ ଦୃଶ୍ୟ ଅନେକ ପର୍ଯ୍ୟଟକ ଙ୍କୁ ବିଭୋର କରିଛି । ର ତାଦେଇ ଗୁମ୍ଫାର କିଛି ଅଜଣା କଥା ଅନେକଙ୍କୁ ସ୍ତବ୍ଧ କରିଛି । ନିଜ ଆଖିରେ ନ ଦେଖିଲେ ହୁଏତ କେହି ବିଶ୍ବାସ କରିପାରିବେ ନାହିଁ।ଏହି ଗୁମ୍ଫା ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତାପଲ୍ଲୀ ପଞ୍ଚାୟତ ଅଧିନରେ ଥିବା ରତ୍ନଗିରି ପାହାଡ଼ ଉପରେ ବଣ ଜଙ୍ଗଲ ଘେରା ଅତୀବ ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ,ଯାହା ର ତାଦେଇ ଗୁମ୍ଫା ନାମରେ ପରିଚିତ । କାପ୍ତାପଲ୍ଲି ପଞ୍ଚାୟତ ରୁ ପକ୍କା ରାସ୍ତାରେ ୫ କିମି ଗଲା ପରେ ଦୁଇ ଆଦିବାସୀ ଗ୍ରାମ ଡେଙ୍ଗବାରୀ ଓ ଭଣ୍ଡାରି ବାରି ପଡେ।ସେଠାରୁ ଖାଲ ଖମା ରାସ୍ତାରେ ପ୍ରାୟ ଦୁଇ କିମି ଯିବା ପରେ ରତ୍ନଗିରି ପାହାଡ଼ ପାଦଦେଶରେ ପହଞ୍ଚିବାକୁ ହୁଏ । ସେଠାରୁ ବଣଜଙ୍ଗଲ ଭିତରେ ପ୍ରାୟ ପାଖାପାଖି ଏକ କିଲୋମିଟର ରତ୍ନଗିରି ପାହାଡ଼ ଉପରେ ଚଢ଼ିବା ପରେ ର ତାଦେଇ ଗୁମ୍ଫା ପଡେ ।

ସେହି ପାହାଡ଼ରେ ଅନେକ ଛୋଟ ବଡ଼ ଗୁମ୍ଫା ରହିଛି ଏବଂ ପ୍ରତ୍ୟେକ ଗୁମ୍ଫାରେ ଅନେକ ଦେବା ଦେବୀ ପୂଜା ପାଇଥାନ୍ତି।ହର ପାର୍ବତୀ ,ଲକ୍ଷ୍ମୀ ନାରାୟଣ,ହନୁମାନ,ସାଇବାବା, ଭଗବତ୍ ଏବଂ ବଟବୃକ୍ଷ ଙ୍କ ପୂଜା ଏହି ଗୁମ୍ଫା ଭିତରେ ପୂଜକ ପ୍ରଶାନ୍ତ ପ୍ରଧାନ ଙ୍କ ଦ୍ଵାରା ସମ୍ପାଦିତ ହୁଏ।ମାଘମାସ ପୂର୍ଣ୍ଣମୀରେ ବହୁ ସାଧୁ ସନ୍ଥ ଏକ ତ୍ରିତ ହେବା ସହ ବହୁ ଭକ୍ତ ଙ୍କ ସମାଗମ ହୋଇଥାଏ। ଏପରିକି ସଂକ୍ରାନ୍ତି ,ଭଲ ମନ୍ଦ ଦିନରେ ବିଭିନ୍ନ ମନ୍ତ୍ର ଧ୍ବନିରେ ଗୁମ୍ଫା ଟି ପ୍ରକମ୍ପିତ ହୋଇଉଠେ। ଗୁମ୍ଫା ମଧ୍ୟରେ ଥିବା ବିଭିନ୍ନ ଦେବା ଦେବୀ ଙ୍କ ମାହାତ୍ମ୍ୟ ସହ ସହ ବର୍ଷରୁ ରହିଆସିଛି। ମାଘ ମାସ ପଞ୍ଚମୀ ଦିନ ଅପୁତ୍ରିକ ନାରୀ ତଥା ଅନେକ ମାନସିକ ଧାରି ଏହି ଗୁମ୍ଫା ମଧ୍ୟରେ ଥିବା ଠାକୁରଙ୍କ ଦର୍ଶନ କରି ମାନସିକ ଜଣାଇଲେ ସମସ୍ତ ମନକାମନା ପୂର୍ଣ୍ଣ ହୁଏ ବୋଲି କିମ୍ବଦନ୍ତୀ ନୁହେଁ ବରଂ ଅନେକ ବିଶ୍ୱାସ ଓ ପ୍ରମାଣ ସହ ସହ ବର୍ଷ ରୁ ରହିଆସିଛି।ତେଣୁ ଏଠାକୁ ବହୁ ଦୂର ଦୁରନ୍ତରୁ ଭକ୍ତ ମାନେ ଆସିଥାନ୍ତି।କେବଳ ସେତିକି ନୁହେଁ ବାଦୁଡ଼ି ଘର,ନୃସିଂହ ଗାଦୀ, ଏବଂ ମୁସଲିମ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ଅଲଗା ଅଲଗା ଗୁମ୍ଫା ରହିଛି।ଅଣ ଓସାରିଆ ଓ ସଙ୍କିର୍ଣତା ଯୋଗୁ ପ୍ରତ୍ୟେକ ଗୁମ୍ଫା କୁ ଯିବା ସମ୍ଭବ ପର ହୋଇ ନଥାଏ ।

ଗୁମ୍ଫା ନିକଟସ୍ଥ ସବୁଜ ବନାନୀ ପାହାଡ଼ରୁ ଝରୀ ପଡ଼ିଛି ଏକ ଝରଣା ଯାହା ସେ ସ୍ଥାନର ସୁଷମାକୁ ଦ୍ଵିଗୁଣିତ କରିଛି।ଏହି ଝରଣା ଜଳ ଭକ୍ତ ,ପର୍ଯ୍ୟଟକ ଓ ସାଧୁ ସନ୍ଥ ମାନଙ୍କ ତୃଷ୍ଣା ମେଣ୍ଟାଇବା ସହ ଭୋଜି ଭାତ ଓ ପୂଜା କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ।ଏଠାରେ ମଧ୍ୟ ବଣ ଭୋଜି ପାଇଁ ବିଭିନ୍ନ ସ୍ଥାନରୁ ଲୋକମାନେ ଆସିଥାନ୍ତି।ମାତ୍ର ଏହା ଏ ପର୍ଯ୍ୟନ୍ତ ପ୍ରଶାସନ ର ଦୃଷ୍ଟି ଆଢ଼ୁଆଳରେ ପଡ଼ିରହିଛି।ଏଭଳି ଏକ ନିଆରା ସଂସ୍କୃତି ,ପରମ୍ପରା,ଐତିହ୍ୟ ରେ ପରିପୂର୍ଣ୍ଣ ସହ ସହ ବର୍ଷ ର ର ତାଦେଇ ଗୁମ୍ଫା କୁ ରାଜ୍ୟ ସରକାରଙ୍କ ଦ୍ଵାରା ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପ୍ରଦାନ କରାଯିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।ତେବେ ଏଭଳି ଏକ ଅଲୌକିକ କିମ୍ବଦନ୍ତୀ ରେ ପରିପୂର୍ଣ୍ଣ ସ୍ଥାନ ର ବିକାଶ ଆଗାମୀ ଦିନରେ କରାଯିବା ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କହିଛନ୍ତି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)