କମିଶନରେଟ ଚୌଦ୍ୱାର ପୋଲିସକୁ ମିଳିଛି ବଡ଼ ସଫଳତା : ଦଶ ଲକ୍ଷ୍ୟ ଟଙ୍କାର ମୂଲ୍ୟବାନ ଚନ୍ଦନ କାଠ ଯବତ

ଓଡ଼ିଶା ତାଜା ନ୍ୟୁଜ (୧୦ ମାର୍ଚ୍ଚ ବୁଧବାର )କଟକ :-  କମିଶନରେଟ ଚୌଦ୍ୱାର ପୋଲିସକୁ ମିଳିଛି ବଡ଼ ସଫଳତା । ମଙ୍ଗଳବାର ସନ୍ଧ୍ୟାରେ କରଞି ଜଙ୍ଗଲରୁ ମୂଲ୍ୟବାନ ୨୨ଟି ଚନ୍ଦନ କାଠ ଗଣ୍ଡି ଜରି ଅଖାରେ ଭର୍ତ୍ତି କରାଯାଇ, ବିକ୍ରି ପାଇଁ ଭୁବନେଶ୍ୱରକୁ ପଠାଯାଉଥିବାର ଖବର ଚୌଦ୍ୱାର ପୋଲିସ କୁ ମିଳିଥିଲା । ଖବର ପାଇ କଟକ ଚୌଦ୍ୱାର ଥାନାର ଏସ୍ ଆଇ ପାର୍ଥ ପ୍ରତିମ ବେଉରା ଏବଂ ତାଙ୍କର ସହଯୋଗୀ ମାନେ, ଘଟଣା ସ୍ଥଳରେ ପହଞ୍ଚି ବିକ୍ରି ପାଇଁ ଯାଉଥିବା , ମୂଲ୍ୟବାନ ଚନ୍ଦନ କାଠକୁ ଜବତ କରିଥିଲେ ।

ଏହି ଘଟଣାରେ ସଂପୃକ୍ତ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବିସନାକାଣି ଗ୍ରାମରରସାନନ୍ଦ ସାହୁ (୪୫ ) ବର୍ଷ ଙ୍କୁ ଗିରଫ କରିଛି । ଗିରଫ ରସାନନ୍ଦ ନିକସ୍ଥ ଜଙ୍ଗଲରୁ ଏହାକୁ କାଟି ବିକ୍ରି କରିବାକୁ ଯୋଜନା କରୁଥିଲା ବୋଲି , ପୋଲିସ ପଚରାଉଚରା ବେଳେ ପ୍ରକାଶ କରିଛି । ବୁଧବାର ଦିନ ରସାନନ୍ଦ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।