ଜିଲ୍ଲା ଲେଖିକା ପରିଷଦ ବାର୍ଷିକ ଉତ୍ସବ

ଓଡ଼ିଶା ତାଜା ନ୍ୟୁଜ (୬ ମାର୍ଚ୍ଚ ଶନିବାର ) ବରଗଡ଼ :- ବରଗଡ଼ ଜିଲ୍ଲା ଲେଖିକା ପରିଷଦ ର ବାର୍ଷିକ ଉତ୍ସବ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଅତିଥି ଭାବେ ବରଗଡ଼ ସା°ସଦ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଅଧ୍ୟାପିକା ଚାପାନୀ ପଣ୍ଡା ଏବଂ ସମ୍ମାନିତ ବକ୍ତା ଭାବେ ସୁନନ୍ଦା ସାହୁ ଯୋଗ ଦେଇ ନାରୀ ଙ୍କ ମଧ୍ୟରେ ଭରି ରହିଥିବା ପ୍ରତିଭା କଲମ ମୁନରେ ତାହା ରୁପାନ୍ତରିତ କରିବା ଉଚିତ ବୋଲି କହିଥିଲେ । ସଭାରେ ପରିଷଦର ସଭାନେତ୍ରୀ କବିତା ରଥ ପରିଚାଳନା କରିଥିବା ବେଳେ ସମ୍ପାଦିକା ତପସ୍ଵିନୀ ମହାପାତ୍ର ମୋଞ୍ଚାସୀନ ଥିଲେ ।

ଏହି ଅବସରରେ ପରିଷଦ ବାର୍ଷିକ ମୁଖପତ୍ର ଶତ ରୂପା ଏବଂ ସନ୍ତୋଷିନୀ ଦାଶଙ୍କ ଲିଖିତ କବିତା ସଙ୍କଳନ ଜୀବନ ସୈ।ରଭ ପୁସ୍ତକ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ସାହିତ୍ୟ ସାଧକ ପ୍ରୀତମ ସିଂ, ମେଘନାଦ ସାହୁ, ଜଟାଧାରୀ ପ୍ରଧାନ ଙ୍କୁ ଉତ୍ସବ ରେ ସମ୍ମାନିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ପରିଷଦର ସଭ୍ୟା ସନ୍ଧ୍ୟା ରାଣୀ ଆଚାର୍ଯ୍ୟ, ବୃନ୍ଦା ବତୀ ମହାପାତ୍ର,ନୀରୁ ପମା ଶତପଥୀ,ସୁଦୁମା ପଣ୍ଡା, ସୁରେଶ୍ଵରୀ ପଣ୍ଡା,ସାଗରୀକା ପାଣିଗ୍ରାହୀ, ବାସନ୍ତୀ ଗୁରୁ, ମୀନତି ଦାଶ,ହୈମବତୀ ମିଶ୍ର,ଗୁଡ଼ି ପ୍ରଧାନ, ଜୟଶ୍ରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଡଃ ଭଗବତୀ କର ଧନ୍ୟବାଦ ଅର୍ପଣ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)