ସମୁଦ୍ର ମନ୍ଥନରୁ ପ୍ରାପ୍ତ ୧୪ ରତ୍ନରୁ ଷଷ୍ଠ ରତ୍ନ କଣ ଥିଲା …ପଢ଼ନ୍ତୁ

ଓଡ଼ିଶା ତାଜା ନ୍ୟୁଜ୍ (୩ ମାର୍ଚ୍ଚ ବୁଧବାର ) ଭୁବନେଶ୍ୱର :- ସର୍ବ ପୂରାତନ ସନାତନ ଧର୍ମରେ ଶଙ୍ଖର ମହତ୍ତ୍ୱ ବେଶ୍ ଅଧିକ । କୁହାଯାଏଯେ ଶଙ୍ଖର ଧ୍ୱନିରେ ବାତାବରଣ ଶୁଦ୍ଧ ହୋଇଯାଏ । ଶରୀର ନିରୋଗ ରହେ । ଘରେ ପ୍ରତିଦିନ ଶଙ୍ଖ ବାଜିଲେ ବାସ୍ତୁଦୋଷ କଟିଥାଏ ଓ ଅସୁରଶକ୍ତି ଘରେ ପ୍ରବେଶ କରିପାରେ ନାହିଁ । ଶଙ୍ଖରୁ ନିର୍ଗତ ଓଁକାର ଧ୍ୱନୀର ଶକ୍ତି ବହୁତ । ଏହାକୁ ଶୁଖ, ଶାନ୍ତି, ସମୃଦ୍ଧି, ବିଜୟ, ଯଶ, କିର୍ତ୍ତୀ ଓ ଲକ୍ଷ୍ମୀଙ୍କ ପ୍ରତୀକ କୁହାଯାଏ । ଆପଣ ଜାଣନ୍ତି କି ଏହି ଶଙ୍ଖ ବହୁତ ପ୍ରକାରର ଅଛି । ହେଲେ ଏଗୁଡ଼ିକଠୁ ବି ସବୁଠ ବେଶଷ ଶଙ୍ଖ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ଶଙ୍ଖ ପାଞ୍ଚଜନ୍ୟ ଶଙ୍ଖ ଆସନ୍ତୁ ଜାଣିବା ଏହି ଶଙ୍ଖ ବିଷୟରେ । ପାଞ୍ଚଜନ୍ୟ ଶଙ୍ଖ ହେଉଛି ଅତ୍ୟନ୍ତ ପବିତ୍ର ଶଙ୍ଖ  ବିଶ୍ୱାସ ରହିଛି ଯେ ଏହାର ଉତ୍ପତି ସମୁଦ୍ର ମନ୍ଥନରୁ ହୋଇଥିଲା । ସମୁଦ୍ର ମନ୍ଥନରୁ ପ୍ରାପ୍ତ ୧୪ ରତ୍ନରୁ ଷଷ୍ଠ ରତ୍ନ ଥିଲା ଶଙ୍ଖ ।

ଏହା ଏକ ବେଶ୍ ଚମତ୍କାରୀ ଶଙ୍ଖ । ପୌରାଣିକ କଥା ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କ ଗୁରୁଦେବଙ୍କ ପୁତ୍ରକୁ ଏକ ଦୈତ୍ୟ ଥରେ ଉଠାଇନେଇଥିଲା । ସେହି ଦୈତ୍ୟର ପିଛା କରି ଶ୍ରୀକୃଷ୍ଣ ଦୈତ୍ୟନଗରୀରେ ପହଞ୍ଚିଥିଲେ । ସେଠାରେ ଦେଖିଲେ ଯେ ଅସୁରଟି ଏକ ଶଙ୍ଖ ଭିତରେ ଶୋଇଛି । ସେ ସେହି ଅସୁରର ସଂହାର କରି ଶଙ୍ଖଟିକୁ ନିଜ ପାଖରେ ରଖିଲେ । ଏହାପରେ ଜଣାପଡ଼ିଲା ଯେ ଗୁରୁପୁତ୍ର ଯମପୁରରେ ଅଛି । ସେ ଜମପୁରକୁ ଗଲେ । ହେଲେ ସେଠାରେ ତାଙ୍କୁ ଯମଦୁତମାନେ ପ୍ରବେଶ କରିବାକୁ ଦେଇନଥିଲେ । ଏଥିରେ ରାଗିଯାଇ ଭଗବାନ ଶ୍ରୀକୃଷ୍ଣ ସେହି ଶଙ୍ଖ ନାଦ କରିଥିଲେ । ଯାହାର ଶବ୍ଦରେ ପୂରା ଯମପୁର ଦୋହଲିବାକୁ ଲାଗିଲା । ଏହାପରେ ସ୍ୱୟଂ ଯମରାଜ ଶ୍ରୀକୃଷ୍ଣଙ୍କୁ ତାଙ୍କ ଗୁରୁପୁତ୍ରଙ୍କ ଆତ୍ମା ଫେରାଇଦେଲେ । ଏହାପରେ ସେ ମର୍ତ୍ୟପୁରକୁ ଫେରିଥିଲେ ଓ ଗୁରୁଙ୍କୁ ତାଙ୍କ ପୁତ୍ର ସହ ପଞ୍ଚ ଜନ୍ୟ ଶଙ୍ଖ ପ୍ରଦାନ କଲେ ।

 

କିନ୍ତୁ ଗୁରୁ ସେହି ପାଞ୍ଚଜନ୍ୟ ଶଙ୍ଖକୁ ପୁଣିଥରେ ଶ୍ରୀକୃଷ୍ଣଙ୍କ ଫେରାଇଦେଲେ ଆଉ କହିଲେ ଏହା କେବଳ ତୁମ ପାଇଁ । ପରେ ଗୁରୁଙ୍କ ଆଜ୍ଞାରେ ଭଗବାନଶ୍ରୀକୃଷ୍ଣ ପାଞ୍ଚଜନ୍ୟ ଶଙ୍ଖ ନାଦ କରି ପୁରାତନ ଯୁଗର ସମାପ୍ତି ଓ ନୂତନ ଯୁଗର ପ୍ରାରମ୍ଭ କରିଥିଲେ  । କୁହାଯାଏ ଯେ ଶ୍ରୀକୃଷ୍ଣଙ୍କ ଏହି ଶଙ୍ଖ ଧ୍ୱନି ଦୂର ଦୂରାନ୍ତର ପର୍ଯ୍ୟନ୍ତ ଶୁଭାଯାଏ । ଏହି ଧ୍ୱନି ଶୁଣି ମାହାଭାରତ ଯୁଦ୍ଧରେ ପାଣ୍ଡବମାନଙ୍କ ମନରେ ଉତ୍ସାହ, ସାହାସର ସଞ୍ଚାର ହେଉ ଥିବାବେଳେ, କୌରବଙ୍କ ମନରେ କିନ୍ତୁ ଜାଗ୍ରତ ହେଉଥିଲା ଭୟ । ସେମାନଙ୍କ ପାଇଁ ଏହି ଧୱ୍ନି ଥିଲା ସିଂହର ଗର୍ଜନଠୁ ବି ଅଧିକ ଭୟଙ୍କର । କୁହାଯାଏ ଯେ ମହାଭାରତ ପରେ ଏହି ଶଙ୍ଖକୁ ଶ୍ରୀକୃଷ୍ଣ ରାଜସ୍ଥାନର ପରଶର ଋଷିଙ୍କ ଆଶ୍ରମରେ ରଖିଥିଲେ । ହେଲେ ପରବର୍ତ୍ତୀ ସମୟରେ ଏହା ଚୋରି ହୋଇଯାଉଥିବା କୁହାଯାଏ । ତେବେ ଅନେକ କୁହନ୍ତି ଯେ ଏହି ଶଙ୍ଖ ଉତ୍ତରାଖଣ୍ଡରେ ଆଦି ବଦ୍ରୀରେ ପୀଠରେ ଏବେ ବି ସୁରକ୍ଷିତ ରହିଛି ।