ଓଲଟିଲା ବାଲି ବୋଝେଇ ଟ୍ରାକ୍ଟର

ଓଡ଼ିଶା ତାଜା ନ୍ୟୁଜ (୨୭ ଫେବୃଆରି,ଶନିବାର )ହିଞ୍ଜିଳିକାଟୁ :- ଶନିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ବାଦିଆମ୍ବଗାଁ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଡାଲା ର୍ଦୁଭାଗ୍ୟବଶତ ରାସ୍ତା ମଝିରେ ଓଲଟି ପଡିଥିଲା । ସୈାଭାଗ୍ୟ କ୍ରମେ ଦୂର୍ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି । ବିଭିନ୍ନ ସମୟରେ ସନ୍ଧ୍ୟା ଓ ରାତି ସମୟରେ ନିକଟସ୍ଥ ନଦୀରୁ ବେଆଇନ ଭାବେ ବାଲି ଚାଲାଣ କରି ରାଜସ୍ବ କର୍ମଚାରୀଙ୍କ ଭୟରେ ଦୃତ ଗତିରେ ଗାଡି ଚାଳନା କରୁଥିବା ବେଳେ ବହୁ ସମୟରେ ଏଭଳି ଘଟଣା ଘଟୁଥିବା ଅଞ୍ଚଳବାସୀ କହିଛନ୍ତି । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )