କଟକ ଜଗତପୁର ଖଇରା ପୋଲ ନିକଟରେ ଥିବା ନକଲି ସିମେଣ୍ଟ କାରଖାନା ଉପରେ ଚଢ଼ାଉ

ଓଡ଼ିଶା ତାଜା ନ୍ୟୁଜ (୨୩ ଫେବୃଆରୀ,ମଙ୍ଗଳବାର )କଟକ :- କଟକ କମିଶନରେଟ ପୋଲିସ ପକ୍ଷରୁ ମଙ୍ଗଳବାର ଦିନ , କଟକ ଜଗତପୁର ଥାନା ଅନ୍ତର୍ଗତ ଖଇରା ପୋଲ ନିକଟରେ , ଦୀର୍ଘ ଦିନ ଧରି ଚାଲିଥିବା ଅସଲି ସିମେଣ୍ଟ ନାମରେ ନକଲି ସିମେଣ୍ଟ ଗୋଦାମ ଉପରେ ଚଢ଼ାଉ କରିଛି ଜଗତପୁର ପୋଲିସ । ଏହି କାରବାରେ ଥାନା ଠାରୁ ଅଳ୍ପ ଦୂରରେ ଚାଲିଥିଲା ବେଳେ ପୋଲିସ କିପରି ଜାଣିପାରୁ ନଥିଲା ନା, ଭିତିରିଆ ବୁଝାମଣା ରେ ଏହି ନକଲି କାରବାର ଚାଲିଥିଲା ଵୋଲି ସାଧାରଣରେ ଆଲୋଚନା ହେଉଛି ।

ମଙ୍ଗଳବାର ତଗତପୁର ଥାନା ଆଇଆଇସି ରବିନ୍ଦ୍ର ମେହେର ଏସିପି ଅମରେନ୍ଦ୍ର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଏହି ନକଲି ଗୋଦାମରେ ନାମକରା ସିମେଣ୍ଟ ଅଲଟ୍ରାଟେକ ନାଁରେ ବଜାରକୁ ଛଡ଼ା ଯାଉଥିଲା ବୋଲି ତଦନ୍ତ ସମୟରେ ଜଣା ପଡ଼ିଛି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।