ସାଇବର ଠକେଇ ର ଶିକାର ହେଲେ – ଯୁବ ସାମ୍ବାଦିକ

ଓଡିଶା ତାଜା ନ୍ୟୁଜ୍ (୨୦ ଫେବୃଆରି , ଶନିବାର ) ନୀଳଗିରି :- ସାଇବର ଠକେଇ ର ଶିକାର ହେଲେ ଯୁବ ସାମ୍ବାଦିକ। କଷ୍ଟମର କେୟାର ପାଇଁ ଗୁଗଲି ସର୍ଚ୍ଚ କରି ଏହି ଠକାମିର ଶିକାର ହୋଇଛନ୍ତି।ଆଉ କ୍ଷଣିକ ମଧ୍ୟରେ ଆକାଉଣ୍ଟ ରୁ ୧୯ ହଜାର ୮୬୩ ଟଙ୍କା ଗାଏବ ହୋଇଯାଇଥିବା ଜଣା ପଡ଼ିଛି।ସୂଚନାଯୋଗ୍ୟ ନୀଳଗିରି ଏନଏସି ଅଧିନ ଘାଟଘରସାହି ଗ୍ରାମର ପାର୍ଥସାରଥି ଦାସବାବୁ ଯେକି ଜଣେ ସାମ୍ୱାଦିକ ଫୋନ ପେ ମାଧ୍ୟମରେ ଜଣେ ବ୍ୟକ୍ତି ଙ୍କ ଏକାଉଣ୍ଟ ଭୁଲ କ୍ରମେ ହଜାରେ ଟଙ୍କା ଟ୍ରାନ୍ସଫର କରିଦେଇଥିଲେ।ପରେ ସେ ସେହି ନମ୍ବର କୁ କଲ କରିବା ପରେ ସେ ନମ୍ବର କୁ ଫୋନ କରିବା ପରେ ଫୋନ ଲାଗିନଥିଲା।ଏହାପରେ ଫୋନ ପେ କଷ୍ଟମର କେୟାରକୁ ଗୁଗଲିରେ ସର୍ଚ୍ଚ କରିଥିଲେ।

ଏହାପରେ ୦୮୦-୬୮୭୨୭୩୭୪ ବହାରିବାରୁ ସେଠାକୁ ସେ କଲ କରିଥିଲେ।କଲ କାଟିବା ପରେ ମୋବାଇଲ କୁ ମେସେଜ ଆସିଥିଲା ଯେ ତାଙ୍କ ଏକାଉଣ୍ଟରୁ ୧୯ ହଜାର ୮୬୩ ଟଙ୍କା ଗାଏବ ହୋଇଯାଇଛି ।୯୬୭୦୯୬୫୦୧୪@ybi ଆକାଉଣ୍ଟ କୁ ଟ୍ରାଞ୍ଜେକସନ ଆଡି ଟି୨୧୦୨୧୭୧୨୦୦୦୮୬୭୨୮୦୨୫୫୬୧ ଆଧାରରେ ଏହି ଟଙ୍କା ଟ୍ରାନ୍ସଫର ହୋଇଯାଇଛି।ଏହା ଏକ ଆଇସିସିଆଇ ପ୍ରୁଡେନସିଆଲ୍‌ ଲିକୁଇଡ଼ ଫଣ୍ଡ କୁ ଯାଇଥିବା କୁହାଯାଇଛି।ଘଟଣାକୁ ନେଇ ସେ ନୀଳଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ସାଇବର ସେଲ ରେ ମଧ୍ୟ ଅଭିଯୋଗ କରିଛନ୍ତି । (ଦୀପ୍ତିମାନ ପତି , ବାଲେଶ୍ୱର )