ବସ୍ତାରେ ଗୋରୁବୋଝେଇ କଣ୍ଟେନର ଦୁର୍ଘଟଣା

ଓଡ଼ିଶା ତାଜା ନ୍ୟୁଜ (୧୮ ଫେବୃଆରୀ ଗୁରୁବାର )  ବାଲେଶ୍ୱର :- ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀଛକ ନିକଟରେ ପ୍ରାୟ ୨୮ଟି ‘ଗୋମାତା’ଙ୍କ ବେଆଇନ ଚାଲାଣ ସମୟରେ ଏକ ସଡକ ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଛନ୍ତି ଏବଂ ୮ରୁ ଅଧିକ ‘ଗୋମାତା’ ଆହତ ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି l ଏହା ଏକା ଅତ୍ୟନ୍ତ ଘୃଣ୍ୟ ଏବଂ ଜଘନ୍ୟ ଅପରାଧ l ବେଆଇନ ଭାବେ ଗୋମାତାଙ୍କୁ ହତ୍ୟା ନିମନ୍ତେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶକୁ ଚାଲାଣ କରାଯାଇଛି l ବ୍ୟାପକ ଭାବେ ଗୋମାତାଙ୍କ ବେଆଇନ ଚାଲାଣରେ ପ୍ରଶାସନିକ ଶିଥିଳତାର ପ୍ରମୁଖ ଭୂମିକା ରହିଛି l

ଜାତୀୟ ରାଜପଥରେ ପୁଲିସର ଆଖି ସାମ୍ନାରେ ବିଭିନ୍ନ ଟୋଲ୍ ଗେଟ୍ ଦେଇ ବେଆଇନ ଗୋରୁ ଚାଲାଣ ହେଉଛି ତଥାପି ପୁଲିସ ପ୍ରଶାସନ ଏହାର ଟେର୍ ପାଉନି, କିନ୍ତୁ ସାଧାରଣ ଜନତା ଏହାର ଖବର ପାଇ ଟ୍ରକ ଅଟକାଇ ପୁଲିସକୁ ଖବର ଦେଇଛନ୍ତି l ବେଆଇନ ଗୋରୁ ଚାଲାଣ ଭଳି ଏକ ଧର୍ତ୍ତବ୍ୟ ଅପରାଧରେ ଯେଉଁମାନେ ସବୁ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି l ( ରିପୋର୍ଟ – ଦୀପ୍ତିମାନ ପତି )