ପ୍ରତାପନଗରୀ ରମାକାନ୍ତ ମେମୋରିଆଲ ଦିନିକିଆ ଫୁଟବଲ ଟୁର୍ଣାମେଣ୍ଟ ଗବବସ୍ତ ଚମ୍ପିୟାନ

ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି,ରବିବାର ) କଟକ :- କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଫୁଟବଲ ଗ୍ରାଉଣ୍ଡରେ ରବିବାର ଦିନ, ରମାକାନ୍ତ ମମୋରିଆଲ ଦିନିକିଆ ଫୁଟବଲ ଟୁର୍ଣାମେଣ୍ଟ ପ୍ରତାପନଗରୀ ର ପ୍ରତାପ କ୍ଲବ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ।  ଆୟୋଜିତ ଟୁର୍ଣାମେଣ୍ଟ ର କ୍ରୀଡା ପତାକାକୁ ସ୍ୱର୍ଗତ ରମାକାନ୍ତ ଙ୍କ ବଡ଼ ଭାଇ ଲକ୍ଷ୍ମୀଧର ରାଉତ ଉତୋଳନ କରି କ୍ରୀଡା କୁ ଉଦଘାଟନ କରିଥିଲେ । ଏହି ଉସଚବରେ  ସିଏମସିର ୫୮ ନମ୍ବର   ୱ।ର୍ଡ଼  ର ପୂର୍ବତନ କର୍ପୋରେଟର କୌଶିକ୍ ଜେନା, ପ୍ରତାପନଗରୀ ଗ୍ରାମ୍ୟ  ଉନ୍ନୟନ କମିଟିର ସଭାପତି ପ୍ରମୋଦ କୁମାର ସ୍ୱାଇଁ ,ୱ।ର୍ଡ଼ ସଭାପତି ସୁଶାନ୍ତ କୁମାର ମହାନ୍ତି, ବାଦଲ କୁମାର ଜେନା,ସୁରେଶ ରାଉତ, ପ୍ରକାଶ ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

କ୍ରୀଡା ମାଧ୍ୟମରେ ପରସ୍ପର ଭିତରେ ଭାଇଚାରାର ସୃଷ୍ଟି ହେବା ସହ, ସ୍ୱାସ୍ଥ୍ୟ ର ଉନ୍ନତି ହୋଇଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଟୁର୍ଣାମେଣ୍ଟ ରେ ଆଠଗୋଟି ଫୁଟବଲ ଟିମ୍ ଯୋଗ ଦେଇଥିଲେ । ପ୍ରଥମ ମ୍ୟାଚ ଗବବସ୍ତ ଆଞ୍ଚଳିକ ଫୁଟବଲ ଟିମ ଭରସେଶ ବାରଙ୍ଗର ମରଚିଆ ଫୁଟବଲ ଟିମ୍ ମଧ୍ୟରେ ହୋଇଥିଲା । ଗବବସ୍ତ ଟିମ୍ ମରଚିଆ ଟିମକୁ ୧-୦ ଗୋଲଦେଇ କ୍ୱାଟର ଫାଇନାଲ ଖେଳିବାର ସୁଯୋଗ ପାଇଥିଲେ । ଫାଇନାଲ ମ୍ୟାଚ ମଈନ୍ଦିପୁର  ସହିତ ଆଞ୍ଚଳିକ ଫୁଟବଲ ଟିମ ଗବବସ୍ତ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଗବବସ୍ତ ଟିମ ନିର୍ଦ୍ଧାରିତ ସମୟ ମଧ୍ୟରେ ମଈନ୍ଦିପୁରକୁ  ୧-୦ ଗୋଲ ଦେଇ ଚଳିତ ୨୦୨୧ ବର୍ଷର ରମାକାନ୍ତ ମମୋରିଆଲ ଚମ୍ପିୟାନ ଟ୍ରଫି ହାସଲ କରିବାରେ ଯୋଗ୍ୟ ବିବେଚିତ ହୋଇଥିଲା । ଚମ୍ପିୟାନ ହୋଇଥିବା ଗବବସ୍ତ ଟିମ୍ କୁ ଲକ୍ଷ୍ମୀଧର ରାଉତ ପ୍ରଦାନ କରିଥିଲା ବେଳେ ,ରନର୍ସ ହୋଇ ଥିବା ମଈନ୍ଦିପୁର ଟିମ୍ କୁ ପ୍ରକାଶ ରାଉତ ପ୍ରଦାନ କରି ଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରତାପ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)