ବିଜେପୁର ରେ ପନିପରିବା ଦର ଆକାଶ ଛୁଆଁ

ଓଡ଼ିଶା ତାଜା ନ୍ୟୁଜ (୧୩ ଫେବୃଆରୀ ଶନିବାର )  ବିଜେପୁର :- ବିଜେପୁର ର ଦୈନିକ ବଜାର ବା ହଟଲି କୁ ସ୍ଥାନୀୟ ପ୍ରଶାସନ ସ୍ଥାନାନ୍ତରିତ କରିଦେଇ ଥିବାରୁ ଏବେ ପନିପରିବା ଦର ଅକାଶଛୁଆଁ ହୋଇଛି । ଶନିବାର ପରିବା ଦର ଟମାଟର ୫ ଟଙ୍କା ବଦଳରେ ୫୦ ଟଙ୍କା, ଫୁଲକୋବି ୫ ଟଙ୍କା ବଦଳରେ ୪୦ ଟଙ୍କା, ବନ୍ଧାକୋବି ୫ଟଙ୍କା ହେବା ବଦଳରେ ୩୦ ଟଙ୍କା, ଗାଜର ୨୦ ଟଙ୍କା ବଦଳରେ ୬୦ ଟଙ୍କା, ମଟର ୨୦ ଟଙ୍କା ବଦଳରେ ୬୦ ଟଙ୍କା ରେ ବିକ୍ରି ହେଉଛି ଯାହାକି ସ୍ଥାନୀୟ ଖାଉଟିଙ୍କ ପକେଟ ଉପରେ କୋରଡା ମାଡ଼ ହୋଇଛି ।

ସ୍ଥାନୀୟ ଏନଏସି ଓ ପୋଲିସ ପୁରୁଣା ହଟଲି ରେ ଦୋକାନ ନ ଖୋଲିବା କୁ ତାଗିତ କରିଥିବା ଦୋକାନୀ ମାନେ ଅଭିଯୋଗ କରିଛନ୍ତି । ନୂଆ ଏନଏସି ଗଠନ ହେବା ପରେ ଉଠା ଦୋକାନୀ ମାନଙ୍କୁ ଚିହ୍ନଟ ନକରି, ପରିଚୟପତ୍ର ନଦେଇ, ଷ୍ଟ୍ରୀଟ ଭେଣ୍ଡିଂ କମିଟି ଗଠନ ନକରି ଓ ଏହାର ବିନା ଅନୁମତି ରେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଉଠା ଦୋକାନୀ ଜୀବିକା ସୁରକ୍ଷା ଆଇନ ୨୦୧୪ ର ଉଲ୍ଲଂଘନ ବୋଲି ଜିଲ୍ଳା ଉଠା ଦୋକାନୀ ସଂଘର ସଭାପତି ଅମିତାଭ ପାତ୍ର କହିଛନ୍ତି ।

ହଟଲି କୁ ହାଇ ସ୍କୁଲ ପଡିଆ ନିକଟ କୁ ସ୍ଥାନାନ୍ତରିତ କରି ଏନଏସି କତ୍ତୃପକ୍ଷ ନିଜ ଦାଇତ୍ୱ ରୁ ମୁକ୍ତ ହୋଇଯାଇଥିବା ଅଭିଯୋଗ କରିଛନ୍ତି ମରୁତି ଉଠା ଦୋକାନୀ ସଂଘ । ଗ୍ରୀଷ୍ମ ଋତୁରେ ଖୋଲା ଆକାଶ ତଳେ ବ୍ୟବସାୟ କରି ସନ ଷ୍ଟ୍ରୋକ ରେ ଜଣେ ଦୋକାନୀ ବିପିନ ମେହେର ଙ୍କ ଅକାଳ ମୃତ୍ୟୁ ହୋଇଥିବା ରୁ ଏବେ ବ୍ୟବସାୟ ପାଇଁ ଉକ୍ତ ସ୍ଥାନକୁ ମଣୁ ନାହାଁନ୍ତି ଦୋକାନୀ । ଅନ୍ୟ ପଟେ ଟ୍ରାଫିକ ସମସ୍ୟା ଦର୍ଶାଇ ପୋଲିସ ଓ ପ୍ରଶାସନ ଦୈନିକ ବଜାର କୁ ଅନୁମତି ଦେଉନଥିବା କହୁଛି । ଏପରି ଅବସ୍ଥାରେ ଏହି ସମସ୍ୟାର ସମାଧାନ ନିମନ୍ତେ ବିକଳ୍ପ ସ୍ଥାନ ଦିଆ ନଗଲେ ଆଗକୁ ଆନ୍ଦୋଳନ ଜୋରଦାର ଚେତାବନୀ ଦିଆଯାଇଛି ।