ସମାଜସେବୀ ବୈଲୋଚନ ସାହୁଙ୍କ ପରଲୋକ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଫେବୃଆରୀ ଶନିବାର )  ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ ଜଟେସିରା ଗ୍ରାମର ବୈଲୋଚନ ସାହୁଙ୍କ ଗୁରୁବାର ଦିନ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହେଉଥିଲା । ୨୮ ବର୍ଷର ଶିକ୍ଷକତା ପରେ ଅବସର ଗ୍ରହଣ କରି ସେ ନିଜକୁ ସମାଜସେବୀ ତଥା ପରୋପକାର ରେ ନିୟୋଜିତ କରୁଥିଲେ । ବରଗଡ଼ ଜିଲ୍ଲା ତୈଳିକ ସାହୁ ସମାଜ ର ଜିଲ୍ଲା ସଂପାଦକ ଭାବେ ଦୀର୍ଘ ସାତ ବର୍ଷ ହେବ ସୁଚାରୁରୂପେ ସେ କାର୍ଯ୍ୟ ସଂପାଦନ କରି ଆସୁଥିଲେ ।

ତାଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନ ରେ ନିଜସ୍ୱ ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ,ସ୍କୁଲ,ରାସ୍ତାଘାଟ,ନାମଯଜ୍ଞ ମଣ୍ତଳୀ ନିର୍ମାଣ ଆଦି ସଂପୂର୍ଣ୍ଣ ହୋଇଥିଲା । ଅନ୍ତିମ ସମୟରେ ତାଙ୍କର ଦୁଇ ପୁଅ,ତିନି ପୁତ୍ର ବଧୂ,ଝିଅ,ଜୋଇଁ,ନାତି ଓ ନାତୁଣୀ ଉପସ୍ଥିତ ଥିଲେ । ବଡପୁଅ ଡା ଅଶୋକ ସାହୁ ମୁଖାଗ୍ନି ଦେଇ ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । (ରିପୋର୍ଟ – ନିରୋଜ କୁମାର ପାଣୀ)