ଅନୁଗୋଳ ଜିଲ୍ଲା ବଅଁରପାଳ ରେ ତେଲ ଚୋର ଧରିବାକୁ ପୁଲିସ ନାକେଦମ୍‌ ହୋଇଛି

ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବୃଆରୀ ମଙ୍ଗଳବାର )ଅନୁଗୋଳ :- ଅନୁଗୋଳ ଜିଲ୍ଲା ବଅଁରପାଳ ରେ ତେଲ ଚୋର ଧରିବାକୁ ପୁଲିସ ନାକେଦମ୍‌ ହୋଇଛି । ସାଦା ପୋଷାକରେ ଯାଇଥିବା ବଅଁରପାଳ ଥାନାର କିଛି ଅଧିକାରୀ ଓ କର୍ମଚାରୀଙ୍କ ଉପରେ ହୋଇଛି ନିସ୍ତୁକ ମାଡ଼ ।

ପିଲା ଚୋର ସନ୍ଦେହରେ ଆମନା ଓ ସଂଜପଡା ଗ୍ରାମବାସୀ ସୋମବାର ସନ୍ଧ୍ୟାରେ ପୁଲିସ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଲୋକଙ୍କ ପଥର ଓ କାଚ ବୋତଲ ମାଡରେ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏପଟେ ପୁଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସୁଧୁରିଥିଲେ ମଧ୍ୟ ଗିରଫଦାରି ଭୟରେ ଉଭୟ ଗାଁ ପୁରୁଷଶୂନ୍ୟ ହୋଇଯାଇଛି (ରିପୋର୍ଟ୍, ଅମର ରଞ୍ଜନ ଦାସ )