ବ୍ରଜରାଜପୁର ,ବାମ୍ବଡ଼ା ଗ୍ରାମରେ ୟୁନିକ କ୍ଲବ ଆନୁକୂଲ୍ୟରେ ଅନ୍ତଃରାଜ୍ୟ ଦିବାରାତ୍ର ଭଲି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୭ ଫେବୃଆରୀ ରବିବାର ) ରଣପୁର /ଅଭିମନ୍ୟୁ ମହାରଣା :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ବାମ୍ବଡ଼ା ଗ୍ରାମରେ ୟୁନିକ କ୍ଲବ ଆନୁକୂଲ୍ୟରେ ଅନ୍ତଃରାଜ୍ୟ ଦିବାରାତ୍ର ଭଲି ଟୁର୍ଣ୍ଣାମେଣ୍ଟ ଆଜି ଅପରାହ୍ନ ଠାରୁ ଆରମ୍ଭ ହୋଇଛି l ଏହା ବିଳମ୍ବିତ ରାତିରେ ଶେଷ ହେବ l ଏଥିରେ ମୁଖ୍ୟ ଅତିଥି ଭାବେ ରାଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଯୋଗ ଦେଇ ଉଦଘାଟନ କରିଥିଲେ l

ୟୁନିକ କ୍ଲବର ଉପଦେଷ୍ଟା ତଥା ରଣପୁର ବ୍ଲକର ପୂର୍ବତନ ଚେୟାରମ୍ୟାନ ଇଂ ଦେବାଶିଷ ପଟ୍ଟନାୟକ, ସରପଞ୍ଚ ସୁକାନ୍ତ ସାମନ୍ତରାୟ , ସମିତି ସଭ୍ୟ ତପନ କୁମାର ପଟ୍ଟନାୟକ, ଯୁବ ସମାଜସେଵୀ ମୁସରଫ ଖାନ୍ , ଲିଙ୍ଗରାଜ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l

 

ଏହି ଟୁର୍ଣ୍ଣାମେଣ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଗ୍ରାମର ପୂର୍ବତନ ଖେଳାଳି ଶେଖ ଫଜଲ, ଗଫର ଖାନ୍, ଅବବୁକ ହାଲିମ ଖାନ୍, ଅଜିତ ଖାନ୍ ଓ ସୌରିବନ୍ଧୁ ପ୍ରଧାନଙ୍କୁ ଉପଢୌକନ, ପୁଷ୍ପଗୁଛ ଓ ସିଲକପ ଦେଇ ସମ୍ମାନିତ କରା ଯାଇଥିଲା l

ଏହି ଟୁର୍ଣ୍ଣାମେଣ୍ଟ ଭାଇଜାକ ରେଲୱେ, ହରିୟାଣା, ଓଡିଶା ସ୍ପୋର୍ଟ୍ସ ହଷ୍ଟେଲ ଓ ରାଇଜିଙ୍ଗ କ୍ଲବ ନାମକ ଚାରୋଟି ଟିମ୍ ମଧ୍ୟରେ ଖେଳା ଯିବ ବୋଲି ଆୟୋଜକ ତରଫରୁ ସୂଚନା ମିଳିଛି l

ପ୍ରଥମ ରାଉଣ୍ଡରେ ଭାଇଜାକ ରେଲୱେ ଓ ରାଇଜିଙ୍ଗ କ୍ଲବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ପ୍ରଥମ ରାଉଣ୍ଡରେ ଭାଇଜାକ ରେଲୱେ ଟିମ୍ ଜିତି ଥିବା ଜଣାପଡିଛି l(ରଣପୁର ପ୍ରତିନିଧି ପ୍ରିୟମ୍ବଦା ମହାପାତ୍ରଙ୍କ ରିପୋର୍ଟ)