ପଞ୍ଚଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର) ପଦ୍ମପୁର :- ୨୧ତମ ଚାନ୍ଦିନୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ବୁକୁରାମୁଣ୍ଡା ସ୍କୁଲ ପଡିଆ ଠାରେ ଉଦଯାପିତ ହୋଇଯାଇଛି l ଦୀର୍ଘ ୫ ଦିନ ବ୍ୟାପି ରେନବୋ କ୍ରିକେଟ ଆସୋସିଏସନ୍ ର ଆନୁକୂଲ୍ୟ ରେ ତା,୦୨.୦୨.୨୦୨୧ ଠାରୁ ତା ୦୬.୦୨. ୨୦୨୧ ପର୍ଯ୍ୟନ୍ତ ମହାସମାରୋହ ସହ ୨୬ ଟି କ୍ରିକେଟ ଦଳ ଙ୍କୁ ନେଇ ଆୟୋଜନ କରାଯାଇଥିଲା l ଶେଷ ଦିବସ ରେ ଅତିଥି ଭାବେ ବରଗଡ ରୁ ଜିଲ୍ଲା ବଣିକ ସଂଘର ଉପ ସଭାପତି ଶ୍ରୀ ପ୍ରଦୀପ କୁମାର ଦେବତା, ଅତିଥିଭାବେ ବିଜେପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ରିପୁନାଥ ସେଠ,ସମାଜ ସେବୀ ଶ୍ରୀ ପ୍ରତାପ ନାଏକ,

ଆନନ୍ଦ ପ୍ରଧାନ,ସୁନିଲ ଗଡତିଆ ଗ୍ରାମ ର ଜଣାଶୁଣା ଭଦ୍ରବ୍ୟକ୍ତି ଶ୍ରୀ ସ୍ୱର୍ଗ ବାରିକ,ଶ୍ରୀ ରସିକ ବାରିକ ଏବଂ କଂଗ୍ରେସ ଦଳ ର ଯୁବନେତା ଶ୍ରୀ ଗତିକୃଷ୍ଣ ଭୋଇ ଯୋଗ ଦେଇ ଖେଳାଳୀ ମାନଙ୍କ ମନୋବଳ ବଢାଇବା ସଙ୍ଗେ ସଙ୍ଗେ ଆୟୋଜକ ମାନଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ଅତିଥି ଶ୍ରୀ ଦେବତା ଶତାଧିକ ଦର୍ଶକ ମାନଙ୍କୁ ଖେଳ କୁ ମଣିଷ ଏକ ଅଂଗ ରୂପେ ଗ୍ରହଣ କରିବା ଆବଶ୍ୟକ l କାରଣ ଖେଳ ଖେଳିଲେ ଏକ ପ୍ରକାର ମଣିଷ ପାଇଁ ବ୍ୟାୟାମ ସଙ୍ଗେ ସମାନ,ଦେହ ଫୁର୍ତ୍ତି ରହିବା ସହ ସ୍ୱାସ୍ଥ୍ୟ କୁ ରୋଗ ଗ୍ରାସ କରିପାରେନାହିଁ ବୋଲି ତାଙ୍କ ମନ୍ତବ୍ୟ ପ୍ରଦାନ କରିଥିଲେ l

ଶେଷରେ ଫାଇନାଲ ମ୍ୟାଚ ନେହେରୁ ସ୍ପୋଟିଙ୍ଗ କ୍ଳବ ପଦ୍ମପୁର ଏବଂ ସିଂହନପୁର କ୍ରିକେଟ ଦଳ ଙ୍କ ମଧ୍ୟରେ ବଡ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇ ଶେଷରେ ନେହେରୁ ସ୍ପୋଟିଙ୍ଗ କ୍ଳବ ପଦ୍ମପୁର ଦଳ ୧୨୬ ରନ ହାସଲ କରିବା ସାଙ୍ଗକୁ ୮ ଓଭର ନେଇ ଉଇନର୍ ଭାବେ ଘୋଷିତ ହେବା ପରେ ସିଂହନପୁର କ୍ରିକେଟ ଦଳ ୯୬ ରନ ସହ ୮ ଓଭର ହାସଲ କରି ରନର୍ ଭାବେ ବିବେଚିତ ହୋଇଥିଲେ l ବିଜେତା ଦଳ ଙ୍କୁ ଅତିଥି ବୃନ୍ଦ ଟ:-୧୫୦୦୦ଙ୍କା ଓ ଟ୍ରଫି ପ୍ରଦାନ କରିବା ସହ ଉପ ବିଜେତା ଙ୍କୁ ୮୦୦୦ଟଙ୍କା ସହିତ ଟ୍ରଫି ଦେଇ ସମ୍ମାନୀତ କରିଥିଲେ । ଫାଇନାଲ ରେ ସିରିଜ ସିଂହନପୁର ଦଳ ର ମଣ୍ଟୁ ଏକ ସାଇକେଲ ସହ ଟ୍ରଫି ର ହକଦାର ହୋଇ ପାରି ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)