ସ୍କୁଲ ସୁରକ୍ଷା କମିଟି ପକ୍ଷରୁ ସ୍କୁଲ ବନ୍ଦ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ଦାବିରେ ବସ୍ତା ବ୍ଲକ ସମ୍ମୁଖ ରେ ବିକ୍ଷୋଭ

ଓଡ଼ିଶା ତାଜା ନ୍ୟୁଜ (୪ ଫେବୃଆରୀ ଗୁରୁବାର ) ବସ୍ତା :- ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଇଡଦା ପଞ୍ଚାୟତ ଅନ୍ତର୍ଗତ ଭିତରବ୍ରହ୍ମତର ସ୍କୁଲ ସୁରକ୍ଷା କମିଟି ପକ୍ଷରୁ ସ୍କୁଲ ବନ୍ଦ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ଦାବିରେ ବସ୍ତା ବ୍ଲକ ସମ୍ମୁଖ ରେ ବିକ୍ଷୋଭ । ସୂଚନା ଅନୁସାରେ ଭିତରବ୍ରହ୍ମତର ଗ୍ରାମର ପ୍ରାଥମିକ ବିଦ୍ୟାଳୟ କୁ ବନ୍ଦ କରିବା ର ସରକାର ନିଷ୍ପତ୍ତି ନେଇଛନ୍ତି । ଯାହା ଦ୍ବାରା ଗ୍ରାମର ଗରିବ ଶ୍ରେଣୀର ପିଲାମାନେ ପାଠ ପଢିବାରୁ ବଞ୍ଚିତ ହେବେ । ଗ୍ରାମଟି ସମ୍ପୁର୍ଣ୍ଣ ବନ୍ୟା ଅଞ୍ଚଳରେ ରହିଥିଲା ବେଳେ ବର୍ଷା ଦିନରେ ବନ୍ୟା ଆସି ରାସ୍ତା ଟି ସମ୍ପୁର୍ଣ୍ଣ ବୁଡି ଯାଇଥାଏ । ଅନ୍ୟ ଏକ ସ୍କୁଲ ଗ୍ରାମର ପାଖାପାଖି ଦୁଇ କିଲୋମିଟର ଦୂରରେ ରହିଅଛି । ଯାହାଫଳରେ ଛୋଟ ଛୋଟ ପିଲା ମାନେ ଯାତାୟତରେ ଅନେକ ଅସୁବିଧାର ସମ୍ମୁଖୀନ ହେବେ। ତେବେ ସ୍କୁଲ ବନ୍ଦ ନିଷ୍ପତ୍ତି କୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଆଜି ( AIDSO ) ଅଲ ଇଣ୍ଡିଆ ଡେମୋକ୍ରେଟିକ୍ ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ ସହଯୋଗରେ ବିଭିନ୍ନ ଦାବି ସମ୍ବଳିତ ପ୍ଲାକାର୍ଡ ଓ ବେନର ଧରି ବସ୍ତା ବଜାର ରୁ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରା ବସ୍ତା ବ୍ଲକ ପହଞ୍ଚିଥିଲା । ଦୀର୍ଘ ସମୟ ଧରି ବ୍ଲକ ସମ୍ମୁଖରେ ବିକ୍ଷୋଭ ଚାଲୁ ରହିଥିଲା । ଶେଷରେ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ବିକ୍ଷୋଭରେ ସଙ୍ଗଠନ ର ରାଜ୍ୟ କମିଟି ସଦସ୍ୟ ତଥା ବାଲେଶ୍ୱର ଜିଲ୍ଲା ଆବାହକ କମିଟି ର ଯୁଗ୍ମ ଆବାହକ ପ୍ରଶାନ୍ତ କୁମାର ଦାସ , AIDSO ବାଲେଶ୍ୱର ସଦର କମିଟି ସଦସ୍ୟ ବଳରାମ ଖଟୁଆ , ପ୍ରଦୀପ କୁମାର ଦାସ, ସୁକୁମାର ସାସ୍ମଲ୍ , ଗୋପାଳ କୃଷ୍ଣ ଆଦେକ୍ , ସଂଯୁକ୍ତା ସାସ୍ମଲ୍ , ଅନ୍ନପୂର୍ଣ୍ଣା ପ୍ରାମାଣିକ ସମେତ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।  ( ଦୀପ୍ତିମାନ ପତି, ବାଲେଶ୍ୱର )