ହଳଦୀପଦା ଵାଇପାସରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା : ତିନି ଜଣ ଗୁରୁତର

 ଓଡ଼ିଶା ତାଜା ନ୍ୟୁଜ (୨,ଫେବ୍ରୁଆରି,ମଙ୍ଗଳବାର ) ବସ୍ତା : – ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ହଳଦୀପଦା ଵାଇପାସରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ତିନି ଜଣ ଗୁରୁତର । ସୂଚନାରୁ ପ୍ରକାଶ ହଳଦିପଦା ରୁ ରୂପସା ଅଭିମୁଖେ ଆସୁଥିବା ବାଇକ କୁ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଛି ।

ଗୁରୁତର ଆହତ ଜଣକ ହେଲେ ରୁପ୍ସା ଥାନା କାଦମୌଦା ପଲାସାହୀ ଗ୍ରାମର ମୁସୁ ସିଂ(୨୦) ତାଙ୍କର ଦୁଇ ବନ୍ଧୁ ଜୟନ୍ତୀ ସିଂ ( ୫୫) ବାବୁ ସିଂ ( ୬୨) ଗୁରୁତର ଆହତ ହୋଇଥିଲେ । ଉପସ୍ଥିତ ଲୋକେ ସଙ୍ଗେ ସଙ୍ଗେ ବସ୍ତା ଥାନା କୁ ଖବର ଦେଇ ଗୁରୁତର ଆହତଙ୍କୁ ରାଜପଥ ଆମ୍ବୁଲାନ୍ସ ରେ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନା କୁ ପଠାଇ ଥିଲେ । ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।(ଦୀପ୍ତିମାନ ପତି, ବାଲେଶ୍ୱର)