ପ୍ରତାପନଗରୀ କ୍ରୀକେଟ ଟୁର୍ଣାମେଣ୍ଟ ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ (୧ ଫେବୃଆରୀ ସୋମବାର)  କଟକ :- କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ର ପ୍ରତାପନଗରୀ ଗ୍ରାମର ମା, ଧାକୁଲେଇଙ୍କ ପୀଠରେ ସୋମବାର ଦିନ ପ୍ରତାପ କ୍ଲବ ଆନୁକୂଲ୍ୟରେ କ୍ରିକେଟ ଟୁର୍ଣାମେଣ୍ଟ ର ଉଦଘାଟନୀ ଉସ୍ଚବ ସୋମବାର ଆରମ୍ଭ ହୋଇଛି । ଏହି ଟୁର୍ଣାମେଣ୍ଟକୁ ପୂର୍ବତନ କର୍ପୋରେଟର କୌଶିକ୍ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ପ୍ରତାପନଗରୀ ଗ୍ରାମ୍ୟ କମିଟିର ସଭାପତି ପ୍ରମୋଦ କୁମାର ସ୍ୱାଇଁ, ତପନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଅତିଥି ମାନେ ଉଦଘାଟନୀ ମ୍ୟାଚର ଯୋଗଦେଇ ଥିବା ତେଲଙ୍ଗାପେଣ୍ଠ ନଚ୍ଚିପୁରର ଫାଇଟର ଇଲେଭେନ କ୍ରୀକେଟ ଟିମ୍ , ବାରଙ୍ଗ କେନ୍ଦୁପାଟଣା ର ଏମ ସି ସି କ୍ରୀକେଟ ଟିମର ଖେଳାଳୀଙ୍କ ସହ ପରିଚିତ ହୋଇଥିଲେ । 

ଖଳ ମାଧ୍ୟମରେ ବିଭିନ୍ନ ଗ୍ରାମର ଯୁବକ ମାନଙ୍କୁ ପରସ୍ପର ମଧ୍ୟରେ ଭାଇଚାରା ସ୍ଥାପନ କରିବା ସହିତ ଗ୍ରାମାଞ୍ଚଳରେ ଲୁଚି ରହିଥିବା ପ୍ରତିଭା ବାନ ଯୁବକ ମାନଙ୍କୁ ଲୋକଲୋଚନକୁ ଆଣିବା ମୁଖ୍ୟ ଲକ୍ଷ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପ୍ରଥମେ ବାରଙ୍ଗ କେନ୍ଦୁପାଟଣା ର ଏମ ସି ସି ଟିମ ବ୍ୟାଟିଂ ନେଇ ପନ୍ଦର ଓଭରରେ ୧୦୮ ରନ କରିଥିଲେ ।

ଏହାର ଯବାବରେ ନଛିପୁର ର ଫାଇଟର ଇଲେଭେନ ବ୍ୟାଟିଂ କରି ୯୫ ରନ କରି ବ୍ୟାଟିଂ ଜାରି ରଖିଥିଲା । ଖେଳ ପରିଚାଳନା କରିଥିଲେ ସୁରେନ୍ଦ୍ର ରାଉତ ,ସତ୍ୟବ୍ରତ ମୁଦୁଲି ,ରୋହିତ ସାସମଲ ,ରୂପେଷ ବେହେରା , ବିକାଶ ବେହେରା ପ୍ରମୁଖ ସଦସ୍ୟ ମାନେ । (କଟରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)