ମା ଡ଼ମୁଣୀ ଦେବୀ ତୋରଣ ପ୍ରତିଷ୍ଠା ମହୋତ୍ସବ ରେ ଦଶପଲ୍ଲା ବିଧାୟକ ଙ୍କ ଯୋଗଦାନ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୁଆଁ ବାରୀ ପଞ୍ଚାୟତ ବନ୍ଧାଭୂଇଁ ଗ୍ରାମ ମା ଡ଼ମୁଣି ଦେବୀ ତୋରଣ ପ୍ରତିଷ୍ଠା ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ପ୍ରଥମେ ମା ଡ଼ମୁଣୀ ଦେବୀ ଙ୍କ ପୀଠ କୁ ଯାଇ ମା ଙ୍କ ଦର୍ଶନ କରି ମା ଙ୍କ ଆଶୀର୍ବାଦ ଗ୍ରହଣ କରିବା ସହ ଉତ୍ସବ ପାଳନ ଦ୍ଵାରା କିପରି ଭାଇଚାରା ମନୋବୃତ୍ତିର ସୃଷ୍ଟିହୁଏ ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ ।

ତତ୍ ସହିତ ମା ଙ୍କ ପୀଠରେ ଏକ ପ୍ରାଚୀର ବିଧାୟକ ପାଣ୍ଠିରୁ ଖୁବଶିଘ୍ର କରାଯିବା ସହିତ ଅଞ୍ଚଳ ର ବିକାଶ ଉପରେ ଗୁରୁତ୍ବ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା,ବିଜେଡ଼ି ସଭାପତି ସନାତନ ସାମଲ,

ଉପ ସଭାପତି ମୂରଲୀଧର ଜେନା,ସ୍ଥାନୀୟ ସରପଞ୍ଚ ,ସମିତି ସଭ୍ୟା, ବାହାଡ ଝୋଲା ସମିତି ସଭ୍ୟା ଛବି ରାଣୀ ସାହୁ,ସଙ୍କୀର୍ତ୍ତନ ମଣ୍ଡଳୀ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ,ରବୀନ୍ଦ୍ର ସାହୁ ,ପଞ୍ଚାୟତ ବିଜେଡ଼ି ସଭାପତି ପ୍ରମୁଖ ଯୋଗଦେଇଥିଲେ।ଗ୍ରାମବାସୀ ଓ ନୂଆଗାଁ ବ୍ଲକ୍ ର ବିଭିନ୍ନ ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ୱାରା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।(ଦଶପଲ୍ଲା ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)