ବଡ଼ଚଣା ନୂଆହାଟରେ କିକ୍ରେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ସମାପ୍ତ

ଓଡିଶା ତାଜା ନ୍ୟୁଜ୍ (୨୪ ଜାନୁଆରି, ରବିବାର ) ବଡ଼ଚଣା  :- ମହାବୀର କିକ୍ରେଟ କ୍ଲବ ନୂଆହାଟ ବଜାର ଅରଖପୁର ଗତ କାଲି ୨୩ ଜାନୁଆରୀ ୨O୨୧ ରେ ତାର ଫାଇନାଲ ମ୍ୟାଚ୍ ସମାପ୍ତ କରିଛି । ଗତ କାଲିର ଫାଇନାଲ ମ୍ୟାଚ୍ ସ୍ପାଇଡ଼ର କ୍ଲବ ବାଲିଚନ୍ଦ୍ରପୁର ସହିତ 7 ଷ୍ଟାର ଲାପୁଟନ ସହ ଫାଇନାଲ ଖେଳୁଥିବା ବେଳେ ବାଲିଚନ୍ଦ୍ରପୁର ବିଜୟ ହାସଲ କରିଥିଲେ । 7 ଷ୍ଟାର ଲାପଟୁନ ରନର୍ସପ୍ ହେଇଥିଲା ଏହି

ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଆୟୋଜକ ଗୌତମ ସିଂ, ପ୍ରଦୀପ ସିଂ, ଚନ୍ଦ୍ରକାନ୍ତ ସିଂ, ସୁଧୀର ସିଂ, ବିଶ୍ୱନାଥ ସେଠି ଓ ଗ୍ରାମର ସମସ୍ତ ଯୁବ ଗୋଷ୍ଠି ଆୟୋଜିତ କରିଥିଲେ । କିକ୍ରେଟ ଟୁର୍ଣ୍ଣାମେଣ୍ଟ ର ଓ ମୁଖ୍ୟ ଅତିଥି ଭାବେ

ବିଜୁ ଜନତା ଦଳର ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ତଥା ସମାଜସେଵୀ ଶ୍ରୀମତୀ ମନୋରମା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିବା ସହ ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।  ( ରିପୋର୍ଟ ବିକାଶ ସାହୁ )