ଜୀବନ ପ୍ରଦୀପ ଦାସ୍ ଦଳ ବିରୋଧୀ କାର୍ଯ୍ୟ କରିବାରୁ : ସୁପ୍ରିମ ନବୀନ ପଟ୍ଟନାୟକ ଦଳରୁ କରିଥିଲେ ନିଲମ୍ବିତ – ଏବେ ଧରିଲେ ପଦ୍ମ ହାତ

ଜୀବନ ପ୍ରଦୀପ ଦାଶ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ଵନ କରିଥିଲେ । 

ଓଡିଶା ତାଜା ନ୍ୟୁଜ୍  (୧୪ ଜାନୁଆରୀ ଗୁରୁବାର ) ବାଲେଶ୍ୱର :– ବିଜେଡିରୁ କୋଣଠେସା ଖାଇବାର ୨ ମାସ ପରେ ଜୀବନ ପ୍ରଦୀପ ଦାଶ ପୁଣି ପଦ୍ମର ହାତ ଧରିଛନ୍ତି । ପୂର୍ବତନ ବିଜେଡି ବିଧାୟକ ଜୀବନ ପ୍ରଦୀପ ଦାଶ ଫେରିଲେ ବିଜେପିକୁ … ଗୁରବାର ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଜୀବନ ବିଜେପିକୁ ଫେରିଛନ୍ତି । “ପୁଣି ଥରେ ଘରକୁ ଫେରିଥିବାରୁ ମୁଁ ଖୁସି ଅଛି । କୌଣସି ସର୍ତ୍ତ ନ ରଖି ଦଳରେ ଯୋଗ ଦେଇଛି”ବୋଲି, କହିଛନ୍ତି ଜୀବନ ପ୍ରଦୀପ ଦାଶ । ବାଲେଶ୍ୱର ଉପନିର୍ବାଚନ ଭୋଟର ମାତ୍ର ଦିନକ ପରେ ବିଜେଡିରୁ ଜୀବନଙ୍କୁ ନିଲମ୍ଵନ କରାଯାଇଥିଲା । ନିଲମ୍ବିତ ହେବାର ଗୋଟିଏ ଦିନ ପରେ ସେ ଦଳରୁ ଇସ୍ତଫା ଦେଇଥିଲେ ।

ସେତେବେଳେ ତାଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ନ ଦିଆଯିବାରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା କହିଥିଲେ । ବିଜେଡିରୁ ବିଦା ହେବା ପରେ ସେ ବିଜେପିକୁ ଫେରିବେ ବୋଲି ଚର୍ଚ୍ଚା ହେଉଥିଲା । ଜୀବନ ପ୍ରଦୀପ ଦାଶ ବାଲେଶ୍ୱର ସଦରରୁ ପ୍ରଥମ ଥର ପାଇଁ ୨୦୦୦ ମସିହାରେ ବିଧାୟକ ହୋଇଥିଲେ । ସେତେବେଳେ ସେ ବିଜେପି ଟିକେଟରୁ ନିର୍ବାଚନ ଲଢ଼ିଥିଲେ । ଏହାପରେ ସେ ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରୁ ନିର୍ବାଚନ ଲଢ଼ି ଜିତାପଟ୍ ହାତେଇ ଥିଲେ । ହେଲେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ମଦନମୋହନ ଦତ୍ତ, ଜୀବନଙ୍କୁ ହରାଇଥିଲେ । (ଦୀପ୍ତିମାନ ପତି, ବାଲେଶ୍ୱର)