ଖଲିଆପାଲି କ୍ରିକେଟ କପ ଉଦଯାପିତ ; ଡ଼ଃ ସୁରେଶ କୁମାର ପତି ବିଜେତା ଦଳକୁ – ୨୨୫୦୦ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ୧୧.୫୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜାନୁଆରୀ ରବିବାର ) ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଖଲିଆପାଲି ସ୍କୁଲ ପଡିଆ ରେ ନେତାଜୀ କ୍ଲବ ଦ୍ୱାରା ଆୟୋଜିତ ୨୩ତମ ନେତାଜୀ ମେମୋରିଆଲ କ୍ରିକେଟ କପ ରବିବାର ଉଦଯାପିତ ହୋଇଯାଇଛି।ରବିବାର ଅନୁଷ୍ଠିତ ଫାଇନାଲ ମେଚ ରେ ଖଇରା ଦଳ ଟସ ଜିତି ପ୍ରଥମେ ଫିଲଡିଂ କରିଥିଲା।ପ୍ରଥମେ ଖଲିଆପାଲି ଦଳ ବେଟିଂ କରି ୬ ଓଭର ରେ ସମସ୍ତ ଉଇକେଟ ହରାଇ ୩୪ ରନ ସଂଗ୍ରହ କରିଥିଲେ। ତାପରେ ଖଇରା ଦଳ ୩.୪ ଓଭର ରେ ବିଜୟୀ ହୋଇଥିଲେ।ମେଚ ପରେ ଅନୁଷ୍ଠିତ ଉଦଯପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଫରେଷ୍ଟର ଶ୍ରୀ ସୁଶାନ୍ତ ଦାସ ଓ

ସମ୍ମାନିତ ଅତିଥି ରୂପେ ଡ଼ଃ ସୁରେଶ କୁମାର ପତି ବିଜେତା ଦଳକୁ ୨୨୫୦୦ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ୧୧.୫୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ।ମେନ ଅଫ ଦ ସିରିଜ(ସାଇକେଲ) ଖଲିଆପଲି ସୁଦାମ ଙ୍କୁ ପ୍ରଦାନ କରାଯାଇଥିଲା।ମେନ ଅଫ ଦ ଫାଇନାଲ ମେଚ (ମୋବାଇଲ) ଖଇରାର ପ୍ରତାପ ଙ୍କୁ ଦିଆଯାଇଥିଲା।ସ୍କୋରିଂ ରେ ପ୍ରଶାନ୍ତ ,ଅମ୍ପାୟାର ଗୋପାଳ ଓ ସୁରେଶ ଓ ଧାରା ବିବରଣୀ ସୁଶାନ୍ତ ପ୍ରଦାନ ଦେଇଥିଲେ।ଅନ୍ୟାନ୍ୟ କାର୍ଯ୍ୟ ରେ ଦୁଷ୍ମନ୍ତ ପଟେଲ, ଲବ ଡ଼ନସନା, ଭୀମ ପଟେଲ, ଭାସ୍କର ବାଗ, ସୁରେଶ ବାଗ, ମଂନ୍ତୁ ବାରିକ, ସହଯୋଗ କରିଥିଲେ ।(ରିପୋର୍ଟ – ନିରୋଜ କୁମାର ପାଣୀ)