ଭାଣପୁର ପ୍ରିମିୟର ଲିଗ କ୍ରୀକେଟ ଉଦଯାପିତ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜାନୁଆରୀ ରବିବାର ) କଟକ :- କଟକ ସଦର ଥାନା ଅନ୍ତର୍ଗତ ଭାଣପୁର ପ୍ରିମିୟର ଲିଗ କ୍ରୀକେଟ ଟୁର୍ଣାମେଣ୍ଟ ଶୁକ୍ରବାର ଦିନ ଆରମ୍ଭ ହୋଇ ରବିବାର ଉଦଯାପିତ ହୋଇଛି । ଏହି ଟୁର୍ଣାମେଣ୍ଟରେ ଚାରି ଗୋଟି ଟିମ ଇଲେଭେନ ୟଙ୍ଗଷ୍ଟାର , ବାକାଡି ବୁଲ୍ , ରୟାଲ ଟାଇଗର ,ଡି ଯେ ହଣ୍ଟର ଅଂଶ ଗ୍ରହଣ କରିଥିଲେ । ପ୍ରଥମ ଦିନ ନିଖିଳ ଭାରତ ଯାଦବ ମହାସଭାର ଯୁବ ସଭାପତି ଇଂ ପ୍ରଦୀପ କୁମାର ବେହେରା ଅତିଥି ଭାବେ ଯୋଗ ଦେଇ ମ୍ୟାଚକୁ ଉଦଘାଟନ କରିଥିଲେ ।

ଦିତୀୟ ଦିନ ମ୍ୟାଚରେ ଅତିଥି ଭାବେ ବିଜେପିର ବିଧାୟକ ପ୍ରାର୍ଥୀ ଦିଲ୍ଲୀ ମଲ୍କିକ, ବିଜେପି ପଞ୍ଚମୁଖୀ ମଣ୍ଡଳ ସଭାପତି ପ୍ରମୋଦ କୁମାର ଓଝା, କଟକ ସଦର ଥାନା ଆଇଆଇସି ଶୁଧାଶୁଂ ଭୁଷଣ ଜେନା, ବିଜେଡି ଯୁବ ନେତା ଅଜିତ କୁମାର ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଉଦଯାପନ ଦିବସରେ ଫାଇନାଲ ମ୍ୟାଚ ୟଙ୍ଗଷ୍ଟାର ବନାମ ବାକାଡି ବ୍ଲୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚରେ ବିଜୟୀ ହୋଇଥିଲା ବେଳେ ବାକାଡି ବୁଲ୍ ରନର୍ସ ହୋଇଥିଲା । ଉଦଯାପନି ଦିବସରେ ପୂର୍ବତନ କର୍ପୋରେଟର ରାଜକୁମାରୀ ସ୍ୱାଇଁ , ସମାଜସେବୀ ଲକ୍ଷ୍ମୀଧର ଜେନା,

ସିଏମସି ର ୫୮ ନମ୍ବର ୱ।ର୍ଡ଼ ର କଂଗ୍ରେସ ସଭାପତି ଜନାର୍ଦ୍ଦନ ପରିଡ଼ା ,ପ୍ରାଣକୃଷ୍ଣ ବେହେରା, ବାବୁରାମ ବେହେରା, ଲକ୍ଷଣ ଭଟ୍ଟ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଲକ୍ଷ୍ମୀଧର ବେହେରା ବିଜୟୀ ୟଙ୍ଗଷ୍ଟାର ଟିମକୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ ।

ରନର୍ସ ଟିମକୁ ୫୮ ୱ।ର୍ଡ଼ କଂଗ୍ରେସ ସଭାପତି ଜନାର୍ଦ୍ଦନ ପରିଡ଼ା ରନର୍ସ ଟ୍ରଫି ପ୍ରଦାନ କରିଥିଲେ । ବେଷ୍ଟ ବ୍ୟାଟସ ମ୍ୟାନ ଙ୍କୁ ପ୍ରାଣ କୃଷ୍ଣ ବେହେରା ଟ୍ରଫି ପ୍ରଦାନ କରିଥିଲେ । ମ୍ୟାଚ ପରିଚାଳନାରେ ଭାଣପୁର ଗ୍ରାମର ସମସ୍ତ ଯୁବକ ସହଯୋଗ କରିଥିଲେ । (କଟରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )