ଏମ୍.କେ.ସି.ଜି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଆଉଟସୋର୍ସିଙ୍ଗ କର୍ମଚାରୀ ସଂଘର ଦାବୀ, ୫ ଦିନ ଭିତରେ ପ୍ରତିଶୃତି ପାଳନ ନ ହେଲେ ସମ୍ପୂର୍ଣ କାର୍ୟ୍ୟବନ୍ଦ ପାଇଁ ନିଷ୍ପତି

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜାନୁଆରୀ ଶନିବାର ) ବ୍ରହ୍ମପୁର :- ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀ ସଂଘ ଏକ ବୈଠକ ଏମ୍.କେ.ସି.ଜି ଚକ୍ଷୁବିଭାଗ ସ୍ଥିତ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ବୈଠକ କରି ସେମାନଙ୍କ ବିଭିନ୍ନ ଦାବୀ ପୂରଣ କରିବା ପାଇଁ ମେଡିକାଲ ପ୍ରଶାସନ ଓ ଜିଲ୍ଳା ପ୍ରଶାସନଙ୍କୁ ସ୍ମାରକପତ୍ର ଦେଇଛନ୍ତି । ପାଞ୍ଝ ଦିନ ମଧ୍ୟରେ ପ୍ରତିଶୃତି ପାଳନ ନ ହେଲେ ସମ୍ପୂର୍ଣ କାର୍ୟ୍ୟବନ୍ଦ ପାଇଁ ନିଷ୍ପତି ନେଇଥିବା ଜଣାଇଛନ୍ତି । ସେମାନେ ଜଣାଇଛନ୍ତି ୨୬୩ ଜଣ କର୍ମଚାରୀ ଦୀର୍ଘ ବର୍ଷ ବର୍ଷ ଧରି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ସେବାରେ ନିୟୋଜିତ ହୋଇଛନ୍ତି । ପୂର୍ବରୁ ସେମାନେ ଗଞ୍ଜାମ ସିକ୍ୟୁରିଟୀ ଏଜେନ୍ସି ଜରିଆରେ ନିୟୋଜିତ ଥିଲେ, କୋଭିଡ଼୍ ସମୟରେ ସେମାନେ ଜୀବନକୁ ବାଜି ଲଗାଇ ରୋଗୀସେବାରେ ନିଜକୁ ସମ୍ପୂର୍ଣ୍ଣ ଭାବେ ନିୟୋଜିତ କରିଥିଲେ । କିନ୍ତୁ ପରିତାପର କଥା ଇତି ମଧ୍ୟରେ ଭୁବନେଶ୍ବର ସ୍ଥିତ ଅଭିରାମ କେରକର ନାମରେ ଏକ ନୂତନ ଏଜେନ୍ସି ନିୟୋଜିତ କରାଯାଇଥିଲେ ମଧ୍ୟ ଆମ ପୁରୁଣା ଏଜେନ୍ସି ଗଞ୍ଜାମ ସିକ୍ୟୁରିଟା ଏଯାଏଁ ଆମର ୧୫ ଦିନର ଦରମା, ଇପିଏଫ ବଳଦକୁ ଲକ୍ଷ ଲକ୍ଷ ଟଙ୍କାର ବକେୟାକୁ ଆମକୁ ପଇଠ କରାଯାଇନି ବୋଲି ଅଭିଯୋଗ କରିଛନ୍ତି । ଆମର ସମସ୍ତ କର୍ମଚାରୀଙ୍କୁ ନୂତନ ଏଜେନ୍ସି ନିୟୋଜିତ ନକରି ସେଥି ମଧ୍ୟରୁ ୧୮୬ ଜଣଙ୍କୁ ହିଁ ବିବଦ୍ଧ ଭାବେ ନିୟୋଜିତ କରିଥିବା ବେଳେ ବଳକା ୭୭ ଜଣଙ୍କୁ ଏଯାଏଁ ନିଯୁକ୍ତ କରିନାହିଁ ଏବଂ ସେମାନଙ୍କ ସ୍ଥାନରେ ନୂଆ ଲୋକଙ୍କୁ ନିୟୋଜିତ କରିବାକୁ ଉଦ୍ୟମ କରୁଛି ବୋଲି ଆଉଟସୋର୍ସିଂ କର୍ମଚାରୀ ସଂଘ ଅଭିଯୋଗ କରିଛନ୍ତି । ସେମାନଙ୍କ ଦାବୀ ହେଲା –

୧. ପୂର୍ବରୁ କାର୍ୟ୍ୟରତ ସମସ୍ତ ୨୬୩ କର୍ମଚାରୀଙ୍କୁ କାର୍ୟ୍ୟରେ ଅବ୍ୟାହତ ରଖୁବାକୁ ନୂଆ ଏଜେନ୍ସାକୁ କୁହାଯାଉ ,୨. ପୂର୍ବ ଏଜେନ୍ସି ପାଖରେ ବକେୟା ରହିଥିବା କର୍ମଚାରୀଙ୍କ ୧୫ ଦିନର ଦରମା ଓ ଏରିଅର ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ହସପିଟାଲ କର୍ତ୍ତୃପକ୍ଷ ପଦକ୍ଷେପ ନିଅନ୍ତୁ, ୩. ଏ. କର୍ମଚାରୀଙ୍କ ୟୁନିଫର୍ମ ଓ ପରିଚୟ ପତ୍ରରେ ପରିବର୍ତନ କରି ହସ୍ପିଟାଲର ନାମ ଥାଇ ତୁରନ୍ତ ପ୍ରଦାନ କରାଯାଉ , ୪. ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସମାନ କାମକୁ ସମାନ ଦରମା ହାରରେ ଦରମା ଦିଆଯିବା ସହ ସମସ୍ତଙ୍କୁ ସଚେତନ ସାପ୍ତାହୀକ ଛୁଟି ପ୍ରଦାନ କରାଯାଉ ,୫. କର୍ମଚାରୀଙ୍କ ଇପିଏଫ ଓ ଇଏସ୍ଆଇ ବାବଦରେ ବକେୟା ଅର୍ଥକୁ ତୁରନ୍ତ ଜମା କରିବାକୁ ପୁରୁଣା ଏଜେନ୍କୁ କୁହାଯାଇ, ୬. କୌଣସି କାର୍ୟ୍ୟରତ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କ ପରିବାରର ଜଣେ ସଦସ୍ୟ ସଦସ୍ୟଙ୍କୁ ତାଙ୍କ ସ୍ଥାନରେ କାମରେ ନିୟୋଜିତ କରାଯାଉ , ୮. କର୍ମଚାରୀଙ୍କ ସୁବିଧା ପାଇଁ ନୂଆ ଏଜେନ୍ ବ୍ରହ୍ମପୁର ଠାରେ ତାର ଏକ କାର୍ୟ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଉ । ଏହି କାର୍ୟ୍ୟକ୍ରମ ରେ ସଂଘ ର ଉପଦେଷ୍ଟା ଭାଲଚନ୍ଦ୍ର ଷଡ଼ଙ୍ଗୀ, ସଂଘର ରାଜ୍ୟ ଆବାହକ ପ୍ରତାପ ପ୍ରଧାନ, ସଂଘ ସଭାପତି ସୁନୀଲ ପାତ୍ର, ରାଜଲକ୍ଷ୍ମୀ ସାହୁ, ଶ୍ରୀନିବାସ ପାତ୍ର, ପ୍ରମୁଖ ସାମିଲ ହୋଇଥିଲେ ।
( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )