ହିଞ୍ଜିଳିରେ” ମୋ ଗାଁରେ ତହସିଲ”

ଓଡ଼ିଶା ତାଜା ନ୍ୟୁଜ (୮ ଜାନୁଆରୀ ଶୁକ୍ରବାର ) ହିଞ୍ଜିଳିକାଟୁ  :- ରାଜ୍ୟ ସରକାରଙ୍କ ସଶକ୍ତ ତଥା ସ୍ୱତନ୍ତ୍ର ପ୍ରଶାସନିକ ବିଭାଗ 5 ଟି ର ପରିସର ଭୁକ୍ତ ହୋଇଛି ରାଜସ୍ୱ ବିଭାଗ । ଗ୍ରାମାଞ୍ଚଳ ଅଧିବାସୀଙ୍କ ଦ୍ୱାରରେ ଓ ହାତପାହାନ୍ତାରେ ବିଭିନ୍ନ ପ୍ରକାର ସେବା ପ୍ରଦାନ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ତହସିଲ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଛି ଜନ ମଙ୍ଗଳ କାର୍ଯ୍ୟକ୍ରମ “ମୋ ଗାଁରେ ତହସିଲ” । କୋଭିଡ କଟକଣା ସାମାନ୍ୟ କୋହଳ ହେଲା ପରେ ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏହି ପ୍ରକ୍ରିୟାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପକ୍ଷରୁ ବୁରୁପଡା ରାଜସ୍ୱ ମଣ୍ଡଳରେ ଶୁକ୍ରବାର ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ତତ୍ତ୍ୱାବଧାନରେ ଶ୍ୟାମଳାଇ ପୀଠ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ହିଞ୍ଜିଳି ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଉପାଧ୍ୟକ୍ଷା ଗୀତାଞ୍ଜଳି ପଣ୍ଡା, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ଅତିରିକ୍ତ ତହସିଲଦାର ସୁନୀଲ କୁମାର ପ୍ରଧାନ ଓ ସରପଞ୍ଚ ଉମା ଶଙ୍କର ସାବତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।ଏହି ଅବସରରେ ୩୭ ଜଣ ହିତାଧିକାରୀଙ୍କୁ ପଟ୍ଟା,ଇ- ପାଉତିରେ ଟ ୧୦୧୨ଆଦାୟ,୧୭ ଜଣଙ୍କୁ ବିବିଧ ପ୍ରମାଣ ପତ୍ର,୬ଜଣଙ୍କୁ ଜବରଦଖଲ ମାମଲାରେ ଟ ୪୫୬୦ ଆଦାୟ କରା ଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ କିରାଣୀ କାଳୁ ସାହୁ,ଜ୍ୟୋତିର୍ମୟ ଚନ୍ଦ୍ର,ଏସ ପୁରୁଷୋତ୍ତମ ରେଡ୍ଡୀ,ଏମ ଶିବ ଶଙ୍କର ରାଓ,ରାଜସ୍ବ ନିରୀକ୍ଷକ ସୁଧାଂଶୁ ଶେଖର ପାଣିଗ୍ରାହୀ,ଅରବିନ୍ଦ ଦାସ, ଟିଟୁ ସେଠୀ, ଦେବାଶିଷ ଯାନୀ,ତ୍ରିଲୋଚନ ଦାଶ,ରଶ୍ମିତା ମଳିକ, ଜ୍ୟୋତିର୍ମୟୀ ପଟ୍ଟନାୟକ ଓ ଟୁକୁନା ଗୌଡ଼ ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ । ( ରିପୋର୍ଟ ଶୁସାନ୍ତ ପ୍ରଧାନ ହିଞ୍ଜିଳିକାଟୁ )