CITU ର ଦେଶ ବ୍ୟାପୀ ଆଇନ ଅମାନ୍ୟ ଓ ପ୍ରତିବାଦ, ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଆଇନ ପ୍ରତ୍ୟାହାର କର

ଓଡ଼ିଶା ତାଜା ନ୍ୟୁଜ (୮ ଜାନୁଆରୀ ଶୁକ୍ରବାର ) ବ୍ରହ୍ମପୁର :- ଆଜି CITU ର ଦେଶବ୍ୟାପୀ ପ୍ରତିବାଦ କାର୍ୟ୍ୟକ୍ରମର ଅଂଶ ବିଶେଷ ଭାବେ ବ୍ରହ୍ମପୁର ଶ୍ରମ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରତିବାଦ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପ୍ରତିବାଦ ସଭାରେ କେନ୍ଦ୍ରର ମୋଦି ସରକାରଙ୍କ ୪ ଶ୍ରମ କୋର୍ଡକୁ ସମାଲୋଚନା କରାଯାଇଥିଲା । ଏହି ଶ୍ରମ କୋର୍ଡ ମାଲିକ ମାନଙ୍କୁ ଶ୍ରମିକ ଶୋଷଣ ପାଇଁ ଏକ ଟାଣୁଆ ହତିଆର ବୋଲି ଅଭିଯୋଗ କରାଯାଇଥିଲା । ବର୍ତ୍ତମାନ ଶ୍ରମିକମାନେ ମାଲିକଙ୍କ ଗୋତି ଶ୍ରମିକ ହେବେ ଏବଂ ସେମାନଙ୍କର ସାମାଜିକ ସୁରକ୍ଷା, ଗଣତାନ୍ତ୍ରିକ ଅଧିକାର ଓ ନିଯୁକ୍ତି ସୁରକ୍ଷା ଛଡାଇ ନିଆଯିବ ବୋଲି ଅଭିଯୋଗ କରିଥିଲେ । ତେଣୁ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ଼ ବାତିଲ କରିବା ପାଇଁ ଦାବି କରିଥିଲେ ।

ସେହିପରି ୩ କୃଷି ଆଇନ ଚାଷୀଙ୍କୁ ବଡ କମ୍ପାନୀମାନଙ୍କର ମୂଲିଆ ସଯାଇଦେଵ । ଚାଷୀଙ୍କୁ ଅଭାବୀ ବିକ୍ରି ସଙ୍କଟ ଜାଲରେ ଛନ୍ଦିଦେବ । ଚାଷୀ ଆତ୍ମହତ୍ୟା କରିବା ବ୍ୟତୀତ ଅନ୍ୟ କୌଣସି ରାହା ପାଇବ ନାହିଁ । ଅନ୍ୟ ଦିଗରେ ECA1955 ର ସଂଶୋଧନ ଫଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି ପାଇବ । ଖାଉଟି ହନ୍ତସନ୍ତ ହେବେ । କେବଳ ଅଦାନୀ ଓ ଅମ୍ବାନୀ ଭଳି କମ୍ପାନୀ ଲାଭବାନ ହେବେ । ତେଣୁ ୩ କଳା ଆଇନ ଅତିଶୀଘ୍ର ବାତିଲ କରିବା ପାଇଁ ଦାବି କରାଯାଇଛି । ଆଜିର ଏହି କାର୍ୟ୍ୟକ୍ରମରେ ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ବସନ୍ତ ନନ୍ଦ,ଗୋପାଳ ପାଣିଗ୍ରାହୀ,ପଞ୍ଚାନନ ଜେନା, ବୈକୁଣ୍ଠ ନାଥ ସାହୁ ,ଲକ୍ଷ୍ମଣ ପାଢ଼ୀ ,ପୁରସ୍ତମ ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )