ଓଡଗାଁ କ୍ରୀଡା ଇତିହାସରେ ଆଉ ଏ ଅଧ୍ୟ୍ୟାୟର ଶୁଭାରମ୍ଭ – ଓଡଗାଁ ବ୍ୟାଡମିଣ୍ଟନ ଲିଗ୍

ଓଡ଼ିଶା ତାଜା ନ୍ୟୁଜ୍ (୮ ଜାନୁଆରୀ ଶୁକ୍ରବାର )ଓଡ଼ଗାଁ :- ଓଡଗାଁ କ୍ରୀଡା ଇତିହାସରେ ଆଉ ଏ ଅଧ୍ୟ୍ୟାୟର ଶୁଭାରମ୍ଭ ଓଡଗାଁ ବ୍ୟାଡମିଣ୍ଟନ ଲିଗ୍ । ଓଡଗାଁ ରଘୁନାଥ ଆଥଲେଟ ଆସୋଏସନ ତରଫରୁ ଆୟୋଜିତ ଓଡଗାଁ କ୍ରିକେଟ ଲିଗ୍ ର ଅପୂର୍ବ ସଫଳତାର ସହ ଆଗେଇ ଚାଲିଥିବା ବେଳେ । ଏହା ରଘୁନାଥ ଆଥଲେଟ ଆସୋଏସନ ‍ଆଉ ଏକ ପ୍ରଚେଷ୍ଟା ୪ ଦିନରେ ୩୨ ଦଳଙ୍କୁ ନେଇ ଶୃଙ୍ଖଳାର ସହିତ ଏହାର ସଫଳ ଉଦ୍ଜାପନ ହୋଇଛି ।

ଫାଇନାରେ ବିକାଶ ଓ ଅଭି , ଶୁଭାଶିଷ ଓ ବିଶ୍ବ କୁ ଭେଟିଥିଲେ ଖୁବ କମ ପଏଣ୍ଟର ବିନମୟରେ ଶୁଭାଶିଷ ଓ ବିଶ୍ବ ମ୍ୟାଚକୁ ଜିତି ପ୍ରଥମ ଓଡଗାଁ ବ୍ୟଡମିଣ୍ଟନ ଲିଗର ଟାଇଟେଲ ହାତେଇ ନେଇଥିଲେ । ଉଦ୍ଜାପନୀ ସଭାରେ ଜାନୁୟାରୀ ମାସକୁ ଏକ କ୍ରୀଡା ମହୋତ୍ସବ ରେ ପରିଣତ କରିବାକୁ ରଘୁନାଥ ଆଥଲେଟ ଆସୋଏସନ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଆଗକୁ ଇନଡୋର ଗେମର ଟୁର୍ଣାମେଣ୍ଟ ଅନୁଷ୍ଠିତ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )