ମା ମଙ୍ଗଳା ଚ୍ୟାଲେଞ୍ଜ ଟ୍ରଫି ଫାଇନାଲ ମ୍ୟାଚ ରେ ଆର. ସି.ସି ସୁନାମୁହିଁ ଚାମ୍ପିୟାନ

ଓଡ଼ିଶା ତାଜା ନ୍ୟୁଜ୍ ( ୬ ଜାନୁଆରୀ ବୁଧବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ ଅନ୍ତର୍ଗତ ମଦନପୁର ଠାରେ ଚାଲିଥିବା ମା ମଙ୍ଗଳା ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆଜି ଫାଇନାଲ ମ୍ୟାଚ ରେ ଆର. ସି .ସି ସୁନାମୁହିଁ ସହିତ ରଂଙ୍ଗଣିପାଟଣା ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ ରେ ପ୍ରଥମେ ବ୍ୟାଟିଂ କରି ଆର.ସି.ସି ସୁନାମୁହିଁ ଟିମ୍ ନିର୍ଦ୍ଧାରିତ ୧୫ ଓଭର ରେ ୭ ୱିକେଟ୍ ହରାଇ ୧୬୩ ରନ୍ ସଂଗ୍ରହ କରିଥିଲା । କିନ୍ତୁ ଦ୍ୱିତୀୟ ଇଂନିସ୍ ରେ ୧୬୩ ରନ୍ ର ସ୍କ୍ରୋର କୁ ପିଛା କରି ରଂଙ୍ଗଣିପାଟଣା ୧୪ ଓଭର ରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୦୩ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା ।

ଏହି ମ୍ୟାଚ ରେ ଆର.ସି.ସି ସୁନାମୁହିଁ ଟିମ୍ ବିଜୟ ହୋଇଛି । ମୁଖ୍ୟ ଅତିଥି ଭାବେ ଓଡ଼ଗାଁ ୧ନଂ ଜୋନ୍ ର ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ ଓ ସମ୍ମାନିତ ଅତିଥି ଭାବେ ଓଡ଼ଗାଁ ୨ନଂ ଜୋନ୍ ର ଜିଲ୍ଲାପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଫାଇନାଲ ମ୍ୟାଚର ମ୍ୟାନ୍ ଅଫ୍ ଦି ମ୍ୟାଚ ସାନ୍ ମାଝୀ ପୁରସ୍କାର ଘୋଷିତ ହୋଇଥିଲେ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ମଧୁସୂଦନ ସାହୁ , ବସନ୍ତ ବେହେରା ପ୍ରମୁଖ ପରିଚାଳନା କରିଛନ୍ତି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )