ଏସ ଟି ଏଲ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଓଡ଼ିଶା ତାଜା ନ୍ୟୁଜ୍ (୪ ଜାନୁଆରି,୨୦୨୧,ସୋମବାର ) ଜଟଣୀ : –  ମା’କାଳିକା ଯୁବକସଂଘ ଷଣ୍ଢପୁର ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଟିମ ଅଂଶ ଗ୍ରହଣ କରିଥିଲେ . ଆଜିର ଫାଇନାଲ ମ୍ୟାଚ ରୂଲସ ମେକର ଭୁବନେଶ୍ୱର ଓ ଆର ସି ଭି ରେତଙ୍ଗ କଲୋନୀ ଜଟଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଆର ସି ଭି ଦଳ ୧୯ ଓଭର ୪ ବଲରେ ସମସ୍ତ ଉଇକେଟ ହରାଇ ୧୩୫ ରନ ସଂଗ୍ରହ କରିଥିଲା . ଜବାବରେ ରୂଲସ ମେକର ୭ ଉଇକେଟ ୧୯ ଓଭର ୩ ବଲରେ ୧୩୬ ରନ ସଂଗ୍ରହ କରି ୩ ଉଇକେଟରେ ବିଜୟୀ ହୋଇ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି .

ସେହିପରି ରୂଲସ ମେକର ଦଳର ଦିପୁନ ମ୍ୟାନ ଅଫ ଦି ମ୍ୟାଚ ଓ ରାଜ ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣୀ ଉସ୍ଛବରେ ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ଉପସଭାପତି ସନ୍ତୋଷ ଜେନା,ସମ୍ପାଦକ ଅନନ୍ତ ଶତପଥୀ,କ୍ରୀଡ଼ାବିତ ରାଜକିଶୋର ସ୍ଵାଇଁ ଓ ଅଧ୍ୟାପକ ସୁଶାନ୍ତ ରାଉତ ଯୋଗଦେଇ ଚମ୍ପିୟାନ ଦଳକୁ ନଗଦ ୧୫ହଜାର ଟଙ୍କା ସହିତ ଟ୍ରଫି ଓ ରନର୍ସଅଫ ଦଳକୁ ନଗଦ ୧୦ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ. ଏହି ଟୁର୍ଣ୍ଣାମେଣ୍ଟକୁ ଚକ୍ରଧର ଦାସ,ଲକ୍ଷ୍ମୀକାନ୍ତ ରାଉତ ଓ ସୁଶାନ୍ତ ଦାସ ପ୍ରମୁଖ ପରିଚାଳନା କରିଥିଲେ । (ଜଟଣୀରୁ ଇଫତେଖାର ଅଲ୍ଲୀ)