ସହୀଦ ରେଣ୍ଡୋ ମାଝୀ ବ୍ୟକ୍ତି ନୁହେଁ : ଜାତିର ଅସ୍ମିତ

ଓଡ଼ିଶା ତାଜା ନ୍ୟୁଜ (୩୧ ଡିସେମ୍ବର ଗୁରୁବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ସହୀଦ ରେଣ୍ଡୋ ମାଝୀ ଆଉ ବ୍ୟକ୍ତି ହୋଇ ରହି ନାହିଁ,ସେ ଏବେ ଆଦିବାସୀର ଅସ୍ମିତା । ରେଣ୍ଡୋ ମାଝୀଙ୍କୁ କୌଣସି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀରେ ସୀମିତ କରାଯିବା ଆବଶ୍ୟକ ନୁହେଁ ,ସେ ଏବେ ବିଶ୍ୱ ସଂପଦ ବୋଲି ଆଜି ଆୟୋଜିତ ରେଣ୍ଡୋ ମାଝୀଙ୍କ ସ୍ମୃତିରେ କବିତା ପାଠୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସହୀଦ ରେଣ୍ଡୋ ମାଝୀ ସ୍ମୃତି କମିଟୀ ତରଫରୁ କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହାୟତାରେ ଅନୁଷ୍ଠିତ ଐତିହାସିକ ସହୀଦ ରେଣ୍ଡୋ ମାଝୀ କବିତା ପାଠୋତ୍ସବ ମ.ରାମପୁର ବୁରାଟସ୍ଥିତ ଆଦିବାସୀ ତାଲିମକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ସ୍ମୃତି କମିଟୀର ଉପସଭାପତି ଧନସିଂ ମାଝୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଅଧିବେଶନ ତଥା ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବରେ ସେବାଜଗତର ସଂପାଦକ ସତ୍ୟନାରାୟଣ ପଟ୍ଟନାୟକ,ମୁଖ୍ୟବକ୍ତା ଅଧ୍ୟାପକ ପରମେଶ୍ୱର ମୁଣ୍ଡ,ସମ୍ମାନୀତ ଅତିଥି ବରିଷ୍ଠ କବି ନାଟ୍ୟକାର ପଦ୍ମ ଲୋଚନ ମିଶ୍ର,ସମାଜସବୀ ଯୋଗେଶ୍ୱର ମାଝୀ ଓ କାଳେନ୍ଦ୍ରୀ ମାଝୀ ଯୋଗଦେଇଥିଲେ । ଯୁବ କବି ତଥା ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ମଂଚ ପରିଚାଳନା କରିଥିଲେ । ପରେ ଦ୍ୱିତୀୟ ଅଧିବେଶନ ତଥା କବିତା ପାଠୋତ୍ସବରେ ଅଧ୍ୟାପକ କୌତୁକ ପନ୍ଦର ଅଧ୍ୟକ୍ଷତା କରିଥିବା ବେଳେ କନ୍ଧ ସଂସ୍କୃତିର ଗବେଷକ ମେଦିନୀଧର ଜାନୀ,ଲୁବେନଗଡ଼ ପଂଚାୟତର ପ୍ରଥମ ସରକାରୀ ଶିକ୍ଷକ ତଥା ରେଣ୍ଡୋ ମାଝୀଙ୍କ ବଂଶଧର ବିଷୁ କେଶନ ମାଝୀ ମଂଚାସୀନ ରହିଥିବା ବେଳେ ଯୁବଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଓ ଡ଼ିଲେଶ୍ୱର ରଣା କବିତା ସଂଯୋଜନା କରିଥିଲେ ।

କବି ଲଳିତ ମୋହନ ଭୋଇ,ରମେଶ ଚନ୍ଦ୍ର ମିଶ୍ର,କୌତୁକ ପନ୍ଦର,ମେଦିନୀଧର ଜାନୀ,ନିରଞ୍ଜନ ମହାରଣା,କୁଞ୍ଜ ସାହୁ,ଭାଗିରଥୀ ଷଡ଼ଙ୍ଗୀ,ମଧୁସୂଦନ ସିଂହ,ତପନ କୁମାର ସାହୁ,ଅରୁଣ କୁମାର ପ୍ରଧାନୀ,ସମୀର ପୁଝାରୀ,କାହ୍ନୁ ଚରଣ ସାହୁ,ଅଧ୍ୟାପିକା ଲିପ୍ସାମୟୀ ଦୁବେ,ହୃଦାନନ୍ଦ ସାହୁ,କୀର୍ତ୍ତନ ଘିଭେଲା,ଲଳିତ କୁମାର,ପୀତାମ୍ବର  ଗୌଡ଼,ବିଶୁକେଶନ ମାଝୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । (ରିପୋର୍ଟ କଳାହାଣ୍ଡି ବ୍ୟୁରୋ /ପ୍ରଦୀପ କୁମାର ଗଉଡ)