ଜଗତସିଂହପୁରର ପୁଲିସ ଏଏସଆଇ, ରବୀନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଓଡ଼ିଶା ତାଜା ନ୍ୟୁଜ୍ (୩୦ ଡିସେମ୍ବର ବୁଧବାର ) ଜଗତସିଂହପୁର :- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁରର ପୁଲିସ ଏଏସଆଇ ରବୀନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କର ଏରସମା ଥାନା ପୈତୃକ ଘର ସମେତ ତିନିଟି ସ୍ଥାନରେ ଏକ ସାଙ୍ଗରେ ଚଢ଼ାଉ ଜାରି ରହିଛି ।

୩ଟି ସ୍ଥାନରେ ୨୫ ଜଣିଆ ଟିମ୍ ଏହି ଚଢ଼ାଉ କରୁଥିବାର ଜଣାପଡ଼ିଛି । ଚଢାଉ ସମୟରେ ରବୀନ୍ଦ୍ରଙ୍କ ପାଖରୁ ୧୦ ରୁ ଅଧିକ ବ୍ୟାଙ୍କ ପାସ ବୁକ, ସୁନା ଗହଣା ମିଳିଛି । ତିନୋଟି କୋଠାର ମୂଲ୍ୟ ଦେଢ଼ କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।(ଜଗତସିଂହପୁର ଜ଼ିଲ୍ଲାରୁ /ରିପୋର୍ଟ  ଭାସ୍କର ପଟ୍ଟନାୟକ )