ପୁରାତନ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ,ମଙ୍ଗଳବାର )ଗଜପତି ରାୟଗଡ଼ :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କଇଁପୁରୁ ଠାରେ ଆଜି ଗ୍ରାମବିକାଶ ପୁରାତନ ମହେନ୍ଦ୍ର ତନୟା ଛାତ୍ରଛାତ୍ରୀ ମାନଙ୍କ ଦ୍ୱରା ପ୍ରଥମ କରି ଏକବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଉକ୍ତ କାର୍ଯ୍ୟକ୍ରମରେ ମୁଖ ଅତିଥି ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ, ଜିଲ୍ଲା ପରିଷଦ ସଦସ୍ୟ ଜଗନ୍ନାଥ ଭୂୟାଁ, ବ୍ଲକଶିକ୍ଷାଧିକାରୀ ମନରଞ୍ଜନ ସେଠି, ଭଗବତ ପାଇକ, ସରପଞ୍ଚ କୈକାଶଚନ୍ଦ୍ର ଶବର, ବ୍ଲକଅଧକ୍ଷ ଧନେଶ୍ୱର ଭୂୟାଁ, ପୂର୍ବତନ ବ୍ଲକଅଧକ୍ଷ ଅନ୍ତରର୍ଯ୍ୟାମି ଗମାଙ୍ଗ ପ୍ରମୁଖ ଉପସ୍ଥିତିରେ ଦୀପ ପ୍ରଜୁଳନ କରାଯାଇଥିଲା l

ଆଖପାଖ ଅଞ୍ଚଳରୁ ପ୍ରାୟପାଞ୍ଚଶହ ରୁ ଉର୍ଦ୍ଧ୍ବ ଉକ୍ତବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପୁରାତନ ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ଖୁସି ମନେଉଥିବା ଦେଖିବାକୁ ମେଳିଛି l ଶ୍ରୀନିବାସ ଶବର ପ୍ରାରମ୍ଭିକଭାଷଣ ଦେଇ ଅତିଥି ମାନଙ୍କୁ ଆହ୍ବାନ କରିଥିଲେ , ପିତ୍ତର ଶବର , ହରିବନ୍ଧୁ କର୍ଜୀ, ମଙ୍ଗଳା ଭୂୟାଁଙ୍କ ନତୃତ୍ବରେ ଏହି କାର୍ଯ୍ୟକ୍ରମ ହୋଇଥିଲା l ସ୍ୱାଗତ ଗୀତ ପରିବେଷଣ କରିଥିଲେ ସୋନୁ ଶବର ,ଝୁନୁ ଶବର, କୁନି କୁନି ଛାତ୍ରୀ ମାନଙ୍କ ଦ୍ୱରା ନୃତ୍ୟ ପରିବେନଣ କରାଯାଇଥିଲା l  (ଗଜପତି ରାୟଗଡ ସଞ୍ଜୀବ କୁମାର ପାଣି )