ରାଷ୍ଟ୍ରୀୟ ସ୍ୱଂୟ ସେବକସଙ୍ଘ ଗଜପତି ଜିଲ୍ଲା ପକ୍ଷରୁ ଏକ ତିନିଦିନିଆ ଘୋଷବର୍ଗ ମଣ୍ଡଳସାହି ନିକଟ ବୁଲୁଡ଼ାଗୁମ୍ମା ଠାରେ ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ୨୦୨୦,ମଙ୍ଗଳବାର ) ରାୟଗଡ :- ରାଷ୍ଟ୍ରୀୟ ସ୍ୱଂୟ ସେବକସଙ୍ଘ ଗଜପତି ଜିଲ୍ଲା ପକ୍ଷରୁ ଏକ ତିନିଦିନିଆ ଘୋଷବର୍ଗ ମଣ୍ଡଳସାହି ନିକଟ ବୁଲୁଡ଼ାଗୁମ୍ମା ଠାରେ ଉଦଘାଟିତ ହୋଇଯାଇଛି l ଏହିକାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଗଙ୍ଗାଧର ଭୂୟାଁ ଦୀପପ୍ରଜ୍ୱଳନ କରିଥିଲେ ଜିଲ୍ଲା ମଧ୍ୟରୁ ଏକଶହ ଚାଳିଶି ଶିକ୍ଷାର୍ଥୀ ଯୋଗଦାନକରି ଘୋଷ ପ୍ରଶିକ୍ଷଣ ନେଉଛନ୍ତି !

 

ରାଷ୍ଟ୍ରୀୟ ସ୍ୱଂୟ ସେବକସଙ୍ଘ ଆଗାମୀ ସହେତମ ସତବାର୍ଷିକ ଉଛବ ଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁଯାଉଛି ଏଥି ନିମନ୍ତେ ଏହି ଶିବିରରେ ତୁରୀ, ତବଲା, ବଂଶୀ, ଆନକ, ଶଙ୍ଖ, ପ୍ରଶିକ୍ଷଣ ଦିଆଯାଉଅଛି l ଗଞ୍ଜାମ ବିଭାଗ ପ୍ରମୁଖ ଅଶୋକ ରଣଜିତ, ଗଞ୍ଜାମଜିଲ୍ଲା ସହ ପ୍ରଚାରକ ମୁନିଦ୍ର ଶବର, ଗଜପତିଜିଲ୍ଲା କାର୍ଯ୍ୟବାହ ଅମୁଲ୍ୟ କୁମାର ପାତ୍ର ଶିକ୍ଷାର୍ଥୀ ମାନଂକୁ ପ୍ରଶିକ୍ଷଣ ଦେଇଥିଲେ l  (ଗଜପତି ରାୟଗଡ ସଞ୍ଜୀବ କୁମାର ପାଣି )