ବାଳମୁକୁନ୍ଦ କେନ୍ଦ୍ର ଠାରେ ଜାତୀୟ ଗ୍ରାହକ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଡିସେମ୍ବର ଶୁକ୍ରବାର ) ପାରଳାଖେମୁଣ୍ଡି :- ଗ୍ରାହକ ଅଧିକାର ସୁରକ୍ଷା କମିଟି ତରଫରୁ ବାଳ ମୁକୁନ୍ଦ ପରିବାର ଉପସ୍ଥାପନ କରିଥିବା ଖାଉଟି ସଚେତନତା କାର୍ଯ୍ୟକ୍ରମରେ ବାଳ ମୁକୁନ୍ଦ କେନ୍ଦ୍ରର ଉପଦେଷ୍ଟା ଭବଗତ ପାଢ଼ୀ ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ବିଶିଷ୍ଟ ଶିକ୍ଷାବିତ୍ ଲିଙ୍ଗରାଜ ପ୍ରସାଦ ଦାସ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଯୁବ ପ୍ରତିଭା ଶିଶିର କୁମାର ଭଞ୍ଜ ସାମନ୍ତ, ମୁଖ୍ୟ ଅତିଥି ରୂପେ ନୃତ୍ୟ ଶିଳ୍ପୀ ତନୁଜା ଭୁକ୍ତା ଏବଂ ଚିତ୍ର ଶିଳ୍ପୀ ମୁରଲୀଧର ପରିଛ।

ଯୋଗ ଦେଇ ଖାଉଟି ମାନଙ୍କ ଅଧିକାର ଓ ସୁରକ୍ଷା ତଥା ସମସ୍ୟା ଗୁଡ଼ିକ ଆଲୋଚନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ର ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପରିଚାଳନା କରିଥିଲେ । ଏହି ଅବସରରେ ସ୍ୱାମୀ ମୁକୁନ୍ଦା ନନ୍ଦଜୀଙ୍କ ଓଡ଼ିଶା ଆଗମନକୁ ସ୍ୱାଗତ ସହ ତାଙ୍କର ଜନ୍ମ ଦିନର ଅଭିନନ୍ଦନ ଏବଂ ଅନ ଲାଇନ ଅନ୍ତର୍ଜାତିକ ବାଳ ମୁକୁନ୍ଦ ସଂସ୍କୃତି 2020 ପ୍ରତିଯୋଗିତାର ସଫଳ ରୂପାୟନକୁ ଉପସ୍ଥାପନା କରିଥିଲେ । ଆସନ୍ତା 25 ଡିସେମ୍ବର ଠାରୁ 31 ତାରିଖ ପର୍ଯ୍ୟନ୍ତ ଅନଲାଇନ ସାଧନା ଶିବିର ଅନୁଷ୍ଠିତ ହେବାର ସୂଚନା ଦେଇଥିଲେ । (ରିପୋର୍ଟ  ଗରୁଡ଼ ଧ୍ୱଜ ଚୌଧୁରୀ )