୨୬ ଓ ୨୭ ତାରିଖରେ ବିଶ୍ୱ ଓଡ଼ିଆ ମହୋତ୍ସବ ପାଇଁ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ

ଓଡ଼ିଶା ତାଜା ନ୍ୟୁଜ (୨୪ ଡିସେମ୍ବର୨୦୨୦,ଗୁରୁବାର ) କାଲିଫର୍ଣିଆ/ ନୂଆଦିଲ୍ଲୀ/ଭୁବନେଶ୍ୱର :-  ଚଳିତମାସ ୨୬ ଓ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ଓଡ଼ିଆ ୱେବ ମହୋତ୍ସବ ପାଇଁ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ହୋଇଥିବା ଜଣାଯାଇଛି | ଓଡ଼ିଶା ସୋସାଇଟି ଅଫ ଆମେରିକାଜ (ଓସା) ଦ୍ୱାରା ବିଶ୍ୱର ୩୨ଟି ଦେଶର ଓଡ଼ିଆ ସଂଗଠନ ମାନଙ୍କର ସହଯୋଗରେ ପ୍ରଥମଥର ପାଇଁ ଏହି ଦୁଇଦୁନିଆ ପ୍ରବାସୀ ଓଡ଼ିଆ ମହାକୁମ୍ଭ ମେଳା ଆୟୋଜନ କରାଯାଉଛି | ଆସନ୍ତା ଡିସେମ୍ବର ୨୬ ତାରିଖ ଶନିବାର ଦିନ ଭାରତୀୟ ସମୟ ସଂଧ୍ୟା ସାଡେ ୬ ଟା ବେଳେ ଭିଡିଓ କନଫରେନସିଂ ଜରିଆରେ ଏହି ମହୋତ୍ସବର ଉଦଘାଟନୀ ଅଧୀବେଶନରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ମନ୍ତ୍ରୀ ଅରୁଣ ସାହୁ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କେନିଆର ସାଂସଦ ସ୍ୱରୂପ ମିଶ୍ର,ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ଏବଂ ବରିଷ୍ଠ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି | ପ୍ରଖ୍ୟାତ ଟେକ୍ନୋକ୍ର।ଫ୍ଟ ସାମ ପିଟ୍ରୋଡା ଏବଂ ସାଂସଦ ଅଚ୍ୟୁତ ସାମନ୍ତ ସ୍ୱାସ୍ଥ୍ୟ ଓ ସୁସ୍ଥତା ଉପରେ ଆଧାରିତ ବିଚାରଗୋଷ୍ଠୀର  ବିଶିଷ୍ଟ ଅତିଥି ଭାବରେ ଯୋଗଦେବେ ବୋଲି ପ୍ରାପ୍ତ ସୂଚନାରୁ ପ୍ରକାଶ |

ରବିବାର ଡ଼ିସେମ୍ବର ୨୭ ତାରିଖ ଭାରତୀୟ ସମୟ ରାତି ସାଡେ ୧୦ଟା ବେଳେ ଅନୁଷ୍ଠିତ ହେବାକୁ ଯାଉଥିବା ଉଦଯାପନୀ ଅଧୀବେଶନର ମୁଖ୍ୟ ଆକର୍ଷଣ ଓଲିଉଡ଼ର ଚ୍ଚିତ୍ରତାରକା ଆକାଶଦାସ ନାୟକ ଓ ସବ୍ୟସାଚୀ ମିଶ୍ର ହେବେ | ଓଡ଼ିଶା ଓ ଓଡ଼ିଆ ମାନଙ୍କ ର ପ୍ରତିଭା ଓ ପାରଦର୍ଶିତାକୁ ପ୍ରଦର୍ଶନ କରିବାକୁ ଯାଉଥିବା ଏହି ମହାସମ୍ମିଳନୀ ରେ ବିଶ୍ୱଭରି ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କର ମାତୃପ୍ରଦେଶ ଓଡ଼ିଶା ସହିତ ଯୋଗସୂତ୍ର କୁ ଘନିଷ୍ଠ କରିବା ନେଇ ଗଣମାଧ୍ୟମର ଭୂମିକା , ଯୁବସମାଜ  ସହିତ ଯୋଗାଯୋଗ , ଭବିଷ୍ୟତ ପୀଢ଼ି ପାଇଁ ଓଡ଼ିଶାରେ ଗୁଣାତ୍ମକ ଉଚ୍ଚଶିକ୍ଷାର ବ୍ୟବସ୍ଥା ଏବଂ ମହିଳା ଶଶକ୍ତିକରଣ ପ୍ରଭୃତି ବିଷୟବସ୍ତୁ ଉପରେ ମାନସ ମନ୍ଥନ ଚର୍ଚ୍ଚାଆଲୋଚନା ହେବାକୁଯାଉଛି | ଏହା ସହିତ ଓଡ଼ିଶା ମାଟିର ମହକ ଏବଂ ଓଡ଼ିଆଙ୍କର କୁହୁକକୁ ବିଶ୍ୱଦରବାର ରେ ପରିସ୍ଫୁଟନ କରିବା ପାଇଁ ଉଦ୍ଦିଷ୍ଟ ଏହି ସମାରୋହରେ ଓଡ଼ିଆ ସାହିତ୍ୟ ପର୍ବ, ଓଡ଼ିଆ କୂଟନୀତିଜ୍ଞଙ୍କ ସହିତ ବାର୍ତ୍ତାଳାପ , ସୁର ସଂଗୀତ, କବିତା ପାଠ, ଗପ ସପ ଆଦି ଅଧୀବେଶନ ସ୍ଥାନ ପାଇବାକୁ ଯାଉଥିବାର ଖବର ମିଳିଛି |  ମୁଖ୍ୟତଃ “ବ୍ରାଣ୍ଡ ଓଡ଼ିଶା” କୁ ଆନ୍ତର୍ଜାତୀକ ସ୍ତରରେ ପ୍ରୋତ୍ସାହନ ଦେବା ଓ ଏହାକୁ ଲୋକପ୍ରିୟ କରିବା ଲକ୍ଷରେ ଆୟୋଜିତ, ଏହି ମହାସମାବେଶରେ ଓଡ଼ିଶାର ଉତ୍କୃଷ୍ଟ କଳା ଏବଂ  ମହାନ ସଂସ୍କୃତିର ଅପୂର୍ବ ଝଲକ ଦେଖିବାକୁ ମିଳିବ | ଏହା ମଧ୍ୟରେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କର ବାଲୁକା ଆନିମେସନ, ଅଂଶଗ୍ରହଣ କାରୀ ରାଷ୍ଟ୍ର ମାନଙ୍କ ପକ୍ଷରୁ ପରିବେଷିତ ନୃତ୍ୟ,ଗୀତ ଓ ଡ୍ରାମାକୁ ଆଧାର କରୀ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାଜ୍ୟର ପାରମ୍ପରିକ ସ୍ୱାଦିଷ୍ଟ ବ୍ୟଞ୍ଜନ ଆଦି ସାମିଲ ଅଛି | ମହୋତ୍ସବର ସଫଳ ରୂପାୟନ ପାଇଁ ଏହା ମଧ୍ୟରେ ଓସା ସଭାପତି କୁକୁ ଦାସଙ୍କର ପୌରହିତ୍ୟରେ ବହୁବାର ଅନଲାଇନ ଆନ୍ତର୍ଜାତୀକ ପ୍ରସ୍ତୁତି ବୈଠକ ମାନ  ଅନୁଷ୍ଠିତ ହୋଇଯାଇଛି |

ସମଗ୍ର ଆୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ  କରିଥିବା ପୃଥିବୀର ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର ପ୍ରତିନିଧି ଏବଂ ପ୍ରମୁଖ ପ୍ରବାସୀ ଓଡ଼ିଆ ମାନଙ୍କ ମଧ୍ୟରେ ଓସାର ଉପସଭାପତି ଅନୀଲ ପଟ୍ଟନାୟକ, ସଂପାଦକ ବିବେକ ଦାସ, କୋଷାଧ୍ୟକ୍ଷ ଉତ୍କଳ ନାୟକ, ଆମେରିକାରୁ ପ୍ରଫେସର ଚିତ୍ତ ବରାଳ, କାନଡ଼ାରୁ ଡ଼ଃ ସୁନନ୍ଦା ମିଶ୍ର ପଣ୍ଡା ଓ ପ୍ରଶାନ୍ତ ଭୁୟାଁ, ରୂଷ ଓଡ଼ିଆ ସମାଜର ସଭାପତି ସନ୍ତୋଷ ମିଶ୍ର, ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡ଼ଃ ନଳିନୀ ପତି,ବନ୍ଦେ ଉତ୍କଳ ଫାଉଣ୍ଡେସନର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ୟୁ.କେ. ଓଡ଼ିଶା ସମାଜର ସଭାପତି ସୁମନ୍ତ ମାନସିଂହ, ସାଧରଣ ସଂପାଦକ ଶିବରଂଜନ ବିଶ୍ୱାଳ, ୟୁ. ଏ.ଇ. ଓଡ଼ିଶା ସମାଜର ସଭାପତି ଅମୀୟ ମିଶ୍ର, ସାଧାରଣ ସଂପାଦକ ପ୍ରିତୀଶ ରଂଜନ ଦାଶ ,  ଇଣ୍ଡୋ -ଜାପାନ ମୈତ୍ରୀ କେନ୍ଦ୍ରର ସଭାପତି କୁନା ଦାଶ , ବାହାରିନ ଓଡ଼ିଆ ସମାଜର ସଭାପତି ଅରୁଣ ପ୍ରହରାଜ , ନେଦରଲ୍ୟାଣ୍ଡ ଓଡ଼ିଆ ସମାଜର ସଭାପତି ଶାଶ୍ୱତ ପାଢ଼ି , ଓଡ଼ିଆ ଔଦ୍ୟୋଗିକ ସଂଘର ସଭାପତି ମନୋଜ ପାତ୍ର , ଭାରତରୁ ଡ଼ଃ ବିକ୍ରମ ମହାନ୍ତି, ଡ଼ଃ ଦେବେନ୍ଦ୍ର ମାଝି, ଦେବେନ୍ଦ୍ର ରାଉତ ଓ ସଂଗୀତା ଗୋସାଇଁ, ସିଙ୍ଗାପୁରରୁ ଡ଼ଃ ବିଜୟଲକ୍ଷ୍ମୀ ମହାନ୍ତି ଓ ଡ଼ଃ ସଂଜୀବ କୁମାର ପଣ୍ଡା, ସୁଇଜରଲ୍ୟାଣ୍ଡରୁ ଡ଼ଃ ବିଜୟଶ୍ରୀ ସାମଲ ଓ ଅକ୍ଷୟ ପାତ୍ର, ୟୁ.କେରୁ ଡ଼ଃ ଭାଗ୍ୟଶ୍ରୀ ସିଂହ ଏବଂ

ସୁସ୍ମିତା ରାଜହଂସ, ଥାଇଲ୍ୟାଣ୍ଡରୁ ଆଦ୍ର୍ରିସ ବ୍ରହ୍ମଦତ୍ତ, ବର୍ମାରୁ ଡ଼ଃ  ସୀତଲ କୁମାର, ତାଞ୍ଜାନିଆ ଓଡ଼ିଆ ସମାଜର ସଭାପତି ଅଭିଳାସ ନନ୍ଦ, ଆବୁଧାବୀ ଓଡ଼ିଆ ସମାଜର ସଭାପତି ପ୍ରଦୀପ କୁମାର ରଥ ଓ ଉପସଭାପତି ସିଦ୍ଧାର୍ଥ ଦାସ, ଓମାନ ଓଡ଼ିଆ ସମାଜର ସଭାପତି ମନୋଜ ମହାପାତ୍ର, କତାରରୁ ସୁସ୍ମିତା ପଟ୍ଟନାୟକ, କାଠମାଣ୍ଡୁରୁ ସଂଜୟ ଦାସ, ନାଇଜେରିଆରୁ ରମେଶ ବିଶ୍ୱାଳ, ଫିନଲ୍ୟାଣ୍ଡରୁ ସୁମିତା ସାହୁ, ଜାପାନରୁ ଦେବ ମହାନ୍ତି, ବାହାମାରୁ ଏନ. ବିଶ୍ୱାଳ,ନେଦରଲ୍ୟାଣ୍ଡରୁ ଦୀପକ ପରିଡା, ସିଙ୍ଗାପୁର ଓଡ଼ିଆ ସମାଜର ସଭାପତି ଡ଼ଃ ଆଲୋକ ପଣ୍ଡା ଏବଂ ପୂର୍ବତନ ସଂପାଦକ ସମ୍ବିତ ମିଶ୍ର, ଇଣ୍ଡୋନେସିଆରୁ ଦେବାଶିଷ ମଲ୍ଲିକ, ମାଲେସିଆରୁ ସ୍ନିଗ୍ଧା ମିଶ୍ର, ଜର୍ମାନୀ ଓଡ଼ିଆ ସମାଜରୁ ସୀଲକୀ ମିଶ୍ର, ଘାନାରୁ ସରୋଜ ପଟ୍ଟନାୟକ, ଦକ୍ଷିଣ ଆଫ୍ରିକା ଓଡ଼ିଆ ସମାଜରୁ ଚିତ୍ତରଞ୍ଜନ ଜେନା ଓ କୁଏତ ଓଡ଼ିଆ ସଂଘ ତରଫରୁ ଗିରୀଜା ଶଙ୍କର ପାଢ଼ୀ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି |